ଆମେ ପିଉଥିବା ‘ନିମ୍ବୁଜ’ ଲେମ୍ବୁ ପାଣି ନା ଫଳ ରସ; ଏହାକୁ ନିର୍ଦ୍ଧାରଣ କରିବେ ସୁପ୍ରିମକୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆମେ ସମସ୍ତେ ଦୈନନ୍ଦିନ ଜୀବନରେ ନିମ୍ବୁଜ ପିଉଥାଉ । ହେଲେ କେବେ କିଏ ଜାଣିବାକୁ ଚାହିଁଛି କି ନିମ୍ବୁଜ ଲେମ୍ବୁ ପାଣି ନା ଫଳରସ । ଏସବୁ ଅନେକ ପ୍ରଶ୍ନ ଆପଣଙ୍କ ମନକୁ ଆସୁଥିବ । ହେଲେ ଏହା ମଧ୍ୟରେ ସୁପ୍ରିମକୋର୍ଟ ନିର୍ଦ୍ଧାରଣ କରିବେ ନିମ୍ବୁଜ ଲେମ୍ବୁପାଣି ନା ଫଳ ରସ । ତେବେ ସୁପ୍ରିମ୍ କୋର୍ଟ ଏହି କଥା ଉପରେ ବିଚାର କରିବାକୁ ସହମତ ହୋଇଯାଇଛନ୍ତି ଯେ ଲୋକପ୍ରିୟ ସଫ୍ଟ ଡ୍ରିଙ୍କ୍ ‘ନିମ୍ଵୁଜ୍’, ଲେମ୍ବୁ ପାଣି ଅଥବା ଫଳରସ ଆଧାରିତ ପାନୀୟ। କାରଣ ସୁପ୍ରିମ କୋର୍ଟ ଦ୍ଵାରା ନିଷ୍ପତ୍ତି ନିଆଯିବା ପରେ ଏହି ଉତ୍ପାଦ ଉପରେ ଲଗା ଯାଉଥିବା ଉତ୍ପାଦ ଶୁଳ୍କର ସଠିକ୍ ମାତ୍ରା ନିର୍ଦ୍ଧାରିତ କରାଯାଇପାରିବ।

ସେପଟେ ‘ନିମ୍ଵୁଜ୍’ ୨୦୧୩ରେ ପେପ୍ସିକୋ ଦ୍ଵାରା ଲଞ୍ଚ୍ କରାଯାଇଥିଲା ଓ ପାନୀୟକୁ ଅସଲି ଲେମ୍ବୁରେ ବନା ଯାଇଛି ବୋଲି ଦାବି କରାଯାଇଥିଲା। ଏହାପରେ ‘ନିମ୍ଵୁଜ୍’କୁ ଲେମ୍ବୁ ପାଣି ଭାବେ ଗ୍ରହଣ କରିବା ଉଚିତ କି ଫଳରସ ରୂପେ ଗ୍ରହଣ କରିବା ଉଚିତ ? ଏହାକୁ ନେଇ ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଯାଚିକା ଉପରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଏମ.ଆର୍.ଶାହା ଓ ଜଷ୍ଟିସ୍ ବିବି ନାଗରତ୍ନଙ୍କ ଦୁଇଜଣିଆ ଖଣ୍ଡପୀଠ ଦ୍ଵାରା ଶୁଣାଣି କରାଯିବ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts