ବଦଳିବ ମଙ୍କିପକ୍ସର ନାମ: ହୁ

ୱାସିଂଟନ: ଦେଶରେ ଏବେ ଵୃଦ୍ଧି ପାଉଛି ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା | ବଢୁଥିବା ସଂକ୍ରମଣ କୁ ନେଇ ବଢୁଛି ଚିନ୍ତା | ସଂକ୍ରମଙ୍କୁ ନେଇ ଏବେ ୩୦ଟି ଦେଶରୁ ରିପୋର୍ଟ ମିଳିଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଏ ବିଷୟରେ ଆଲୋଚନା ପାଇଁ ଏକ ଜରୁରୀ ବୈଠକ ଡକାଇଛି । ବୈଠକର ଉଦ୍ଦେଶ୍ୟ ହେଉଛି ରୋଗର ନାମକରଣରେ ପରିବର୍ତ୍ତନ କରିବା।

ଏକ ଅଣ-ପାତର ଅନ୍ତର ମୂଳକ ଏବଂ ମାଙ୍କଡ଼ ପରି କୌଣସି ପ୍ରାଣୀ ଉପରେ କଳଙ୍କ ନ ଲାଗିବା ଭଳି ନାମକରଣ ନିମନ୍ତେ ଅନେକ ବୈଜ୍ଞାନିକ ଅନୁରୋଧ କରିବାରୁ ହୁ ଏହି ବୈଠକ ଡକାଇଛି। ହୁ ମୁଖ୍ୟ ଡ. ଟେଡ୍ରୋସ୍ ଆଧାନମ୍ ଗେବ୍ରେୟେସସ୍ କହିଛନ୍ତି, ବିଭିନ୍ନ ଦେଶର ୩୦ ଜଣ ବୈଜ୍ଞାନିକ ମଙ୍କିପକ୍ସର ନାମ ପରିବର୍ତ୍ତନ ପାଇଁ ଆହ୍ବାନ ଦେଇଥିଲେ। ଏହାଦ୍ବାରା ମଙ୍କି ବା ମାଙ୍କଡ଼ ପ୍ରତି ସାଧାରଣ ଲୋକଙ୍କ ମନରେ ଭିନ୍ନ ଧାରଣା ଆସୁଛି ବୋଲି ସେମାନେ କହିଛନ୍ତି।

Related Posts