ପ୍ରଧାନମନ୍ତ୍ରୀଙ୍କ ଜୀବନର ଅଜଣା କାହାଣୀକୁ ନେଇ ଲଞ୍ଚ ହେଲା ‘ମୋଦି ଷ୍ଟୋରୀ’ ୱେବସାଇଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନର ଅଜଣା କାହାଣୀ ଉପରେ ଏକ ନୂଆ ୱେବସାଇଟ୍ ଉନ୍ମୋଚିତ ହୋଇଛି। ଏନେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ସୂଚନା ଦେଇଛନ୍ତି। ଏହି ୱେବସାଇଟର ନାମ ରହିଛି ମୋଦୀ ଷ୍ଟୋରୀ ଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନକୁ ଅତି ନିକଟରୁ ଦେଖିଥିବା ସେହି ସମସ୍ତଙ୍କର ସ୍ମୃତି ରହିଛି । ସେପଟେ ଏନେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନି କହିଛନ୍ତି ଯେ ସେହି ଲୋକମାନେ ପ୍ରଧାନମନ୍ତ୍ରୀଙ୍କୁ ନେଇ ଦେଇଥିବା ବୟାନକୁ ଏଥିରେ ଦର୍ଶାଯାଇଛି । ଏହି ୱେବସାଇଟରେ ଅନେକ ଆର୍ଟିକିଲ୍, ଚିତ୍ର, ଅଡିଓ-ଭିଡିଓ ଭିଜୁଆଲ୍ ମଧ୍ୟ ରହିଛି ।

ଯାହା ପିଏମ ମୋଦୀଙ୍କ ଜୀବନର ସେହି ସ୍ମରଣୀୟ ମୂହୁର୍ତ୍ତଗୁଡିକ ବିଷୟରେ ଆଲୋକିତ କରିଥାଏ, ଯାହା ଅଧିକାଂଶ ଲୋକ ଜାଣି ନାହାଁନ୍ତି ବୋଲି ସ୍ମୃତି ଇରାନୀ କହିଛନ୍ତି । କେବଳ ଏତିକି ନୁହେଁ ବରଂ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ମନ୍ତ୍ରୀ ସ୍ମୃତି ଇରାନୀ ନୂତନ ୱେବସାଇଟର ଟୁଇଟର ହ୍ୟାଣ୍ଡେଲକୁ ସେୟାର କରିଥିବାର ଦେଖିବାକୁ ମିଳିଛି । ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts