ଆମାଜନ ବିରୋଧରେ ପୁଣି ରୁଜୁ ହେଲା ମାମଲା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆମାଜନ ବିରୋଧରେ ପୁଣି ରୁଜୁ ହେଲା ମାମଲା । ତେବେ ଇ-କମର୍ସ ଓ୍ବେବସାଇଟ୍ ଆମାଜନ୍ ବିରୋଧରେ ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରସନ (ଏଫଡିଏ) ମହାରାଷ୍ଟ୍ର ମାମଲା ଦାୟର କରିଛି । କମ୍ପାନୀ ପକ୍ଷରୁ ଗର୍ଭପାତ ଔଷଧ ଅନଲାଇନ୍ରେ ବିକ୍ରିକରାଯାଉଥିବା ଏଫଡିଏ ନଜରକୁ ଆସିଛି । ଏହାକୁ ବିକ୍ରି କରିବା ପାଇଁ ଓ୍ବେବସାଇଟ୍ କୌଣସି ପ୍ରକାରର ପ୍ରେସକ୍ରିପସନ୍ ମଧ୍ୟ ମାଗୁନଥିଲା ।ଏଫଡିଏ ଯାଞ୍ଚ ବେଳେ ପାଇଥିଲା ଯେ, ଇ-କବକ୍ସର ବ୍ରାଣ୍ଡର ଗର୍ଭପାତ ସହ ଜଡିତ ଔଷଧର ଅର୍ଡର ଆମାଜନ୍ ଗ୍ରହଣ କରିଥିଲା ।

ଏଥିପାଇଁ ଅର୍ଡର କରୁଥିବା ବ୍ୟକ୍ତିଙ୍କଠାରୁ କୌଣସି ପ୍ରକାରର ପ୍ରେସକ୍ରିପସନ୍ ମଧ୍ୟ ମଗାଯାଇନଥିଲା । କିଛି ସମୟ ପରେ ଦିଆଯାଇଥିବା ଠିକଣାରେ ଇ-କବକ୍ସର ବ୍ରାଣ୍ଡର ଗର୍ଭପାତ ସହ ଜଡିତ ଔଷଧର ଡେଲିଭରି କରାଯାଇଥିଲା । ଏହି ଔଷଧ ସହିତ କୌଣସି ପ୍ରକାରର ବିଲ୍ ମଧ୍ୟ ଦିଆଯାଇନଥିଲା । ଡେଲିଭରିରେ ଦର୍ଶାଯାଇଛି ଯେ, ସଂପୃକ୍ତ ଔଷଧ ଓଡିଶାରୁ ଡେଲିଭରି କରାଯାଇଥିଲା । ମାତ୍ର ଯାଞ୍ଚ ବେଳେ ଜଣାପଡିଥିଲା ଯେ, ଓଡିଶାର କୌଣସି ବିକ୍ରେତାଙ୍କ ନିକଟରୁ ଏହା ଡେଲିଭଲି ହୋଇନାହିଁ । ମାତ୍ର ସେଲର୍ ଆଇଡି ଅନ୍ୟ ଜଣେ ବ୍ୟକ୍ତିଙ୍କ ନାଁରେ ରେଜିଷ୍ଟ୍ରେଡ୍ ଥିଲା ।

Related Posts