ପୁଅ ସମ୍ମୁଖରେ ବାପା ସମୁଦ୍ରରେ ଭାସିଯିବା ଘଟଣା; ୨୪ ଘଣ୍ଟା ପରେ ବାଲେଶ୍ୱରରୁ ଠାବ ହେଲା ମୃତଦେହ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କିଛି ଦିନ ପୂର୍ବରୁ ପୁରୀରେ ଜଣେ ପର୍ଯ୍ୟଟକ ପୁଅ ସମ୍ମୁଖରେ ଗାଧୋଉଥିବାବେଳେ ସମୁଦ୍ରରେ ଭାସି ଯାଇଥିଲେ । ଏ ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଥିଲା । ଏପରିକି ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଥିଲା । ଏହା ମଧ୍ୟରେ ପୁରୀରୁ ନିଖୋଜ ଥିବା ବଂଶୀଧର ବେହେରାଙ୍କ ମୃତଦେହ ବାଲେଶ୍ୱର ଜିଲ୍ଲା ସିଙ୍ଗଲା ଥାନା ଅଧୀନ ସଚିନା ଗ୍ରାମରେ ମିଳିଥିବାର ଖବର ସାମ୍ନାକୁ ଆସିଛି ।

ଚନ୍ଦ୍ରଭାଗା ମେରାଇନ୍ ଥାନା ଅଧୀନ ବେଲେଶ୍ୱର ଓ ରାମଚଣ୍ଡୀ ମଝି ବେଳାଭୂମିରୁ ତାଙ୍କ ଶବ ଜବତ କରିଛି ପୁଲିସ । ସେପଟେ ଶନିବାର ସକାଳୁ ନିଖୋଜ ହୋଇଥିବା ବଂଶୀଧରଙ୍କୁ ସମ୍ପର୍କୀୟମାନେ ଖୋଜାଖୋଜି କରୁଥିଲେ । ରବିବାର ରାତିରେ ତାଙ୍କ ଶବ ବେଳାଭୂମିରେ ଲାଗିଥିବା ଦେଖିବାକୁ ପାଇଥିଲେ । ଚନ୍ଦ୍ରଭାଗା ମେରାଇନ୍ ଥାନା ଆଇଆଇସି ନୀଳିମା ପଟ୍ଟନାୟକ ଓ ତାଙ୍କ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଛନ୍ତି ।

Related Posts