ତରଭା ଏନଏସିର ୧୦ ନମ୍ବର ୱାର୍ଡର କାଉନସିଲରଙ୍କ ସ୍ୱାମୀଙ୍କୁ ହତ୍ୟା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୁବର୍ଣ୍ଣପୁର ଜିଲ୍ଲା ତରଭା ଏନଏସିର ୧୦ ନମ୍ବର ୱାର୍ଡର କାଉନସିଲରଙ୍କ ସ୍ୱାମୀଙ୍କୁ ହତ୍ୟା । ରାତିରେ ଶୋଇଥିବା ବେଳେ ତରଭା ୱାର୍ଡ ନମ୍ବର ୧୦ର କାଉନସିଲର ନଳିନୀ ନାଏକଙ୍କ ସ୍ବାମୀ ସଂଜୀବ ଗୁରୁଙ୍କୁ ଗତ ରାତିରେ ତାଙ୍କ କ୍ୱାର୍ଟରରେ କୌଣସି ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି। ଏହି ଘଟଣା ତରଭାରେ ଚାଞ୍ଚଲ୍ୟ ଖେଳାଇଦେଇଛି।

ସେପଟେ ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ ଜାରି ରଖିଥିବା ବେଳେ ସନ୍ଦେହରେ ପୁଲିସ ଚାରି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts