ହିନ୍ଦୁ ବିରୋଧୀ ହେଟ ସ୍ପିଚ ଦେଉଥିବା ସଙ୍ଗଠନଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ହିନ୍ଦୁବାଦୀ ସଙ୍ଗଠନ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ହିନ୍ଦୁ ଫ୍ରଣ୍ଟ ଫର ଜଷ୍ଟିସ ଏବଂ ହିନ୍ଦୁ ସେନା ମୁସଲମାନ ନେତାଙ୍କ ଦ୍ୱାରା ହିନ୍ଦୁ ସମ୍ପ୍ରଦାୟ ଏବଂ ହିନ୍ଦୁ ଦେବତାଙ୍କ ବିରୁଦ୍ଧରେ ହୋଇଥିବା ଘୃଣ୍ୟ ଭାଷଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହା ସହ ହିନ୍ଦୁ ସମ୍ପ୍ରଦାୟ ଏବଂ ହିନ୍ଦୁ ଦେବତାଙ୍କ ବିରୁଦ୍ଧରେ ହୋଇଥିବା ଘୃଣ୍ୟ ଭାଷଣର ଏସଆଇଟି ଯାଞ୍ଚ ପାଇଁ ସୁପ୍ରିମକୋର୍ଟଙ୍କୁ ଏକ ଆବେଦନ ପତ୍ର ଦେଇଛନ୍ତି । ଦୁଇ ହିନ୍ଦୁ ଗୋଷ୍ଠୀ ଡିସେମ୍ବର ୧୭ ଓ ୧୯ ତାରିଖରେ ଉତ୍ତରାଖଣ୍ଡର ହରିଦ୍ୱାରରେ ଅନୁଷ୍ଠିତ ଧର୍ମ ସଂସଦରେ ହୋଇଥିବା ବକ୍ତବ୍ୟର ଏସଆଇଟି ଅନୁସନ୍ଧାନ ପାଇଁ ଏହି ମାମଲାରେ ହସ୍ତକ୍ଷେପ ଆବେଦନ କରିଛନ୍ତି । ଯାହା ସର୍ବୋଚ୍ଚ ନ୍ୟାୟଳୟଙ୍କ ଦ୍ୱାରା ଶୁଣାଣି ହୋଇସାରିଛି । ସେପଟେ ମୂଳ ଆବେଦନ ପୂର୍ବତନ ପାଟନା ହାଇକୋର୍ଟର ଜଷ୍ଟିସ ଅଞ୍ଜନା ପ୍ରକାଶ ଏବଂ ସାମ୍ବାଦିକ କୁରବାନ୍ ଅଲିଙ୍କ ଦ୍ୱାରା ଦାଖଲ କରାଯାଇଥିଲା ।

ଏବଂ ହରିଦ୍ୱାର ଇଭେଣ୍ଟରେ ହୋଇଥିବା ମୁସଲମାନ ବିରୋଧୀ ଘୃଣା ବକ୍ତବ୍ୟର ନିରପେକ୍ଷ ଯାଞ୍ଚ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଲୋଡିଥିଲେ। ସେପଟେ ଜାନୁଆରୀ ୧୦ ତାରିଖରେ ମୁଖ୍ୟ ବିଚାରପତି ଏନଭି. ରମଣ ଏହି ଆବେଦନକୁ ସମର୍ଥନ ଜଣାଇଥିଲେ । ଏବଂ ଜାନୁଆରୀ ୧୨ ତାରିଖରେ ସୁପ୍ରିମକୋର୍ଟ ଏ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ ବର୍ତ୍ତମାନ ବିଷ୍ଣୁ ଶଙ୍କର ଜୈନ ସୁପ୍ରିମକୋର୍ଟରେ ଏକ ଆବେଦନ ଦେଇଛନ୍ତି । ଯେଉଁଥିରେ ଅତ୍ୟନ୍ତ ୨୫ ଜଣ ହିନ୍ଦୁଙ୍କ ବିରୋଧରେ ଘୃଣ୍ୟ ଭାଷଣର ଉଦାହରଣ ଦିଆଯାଇଛି । ଏବଂ ହିନ୍ଦୁ ସମ୍ପ୍ରଦାୟ, ସେମାନଙ୍କ ଦେବତା ଏବଂ ଦେବୀଙ୍କ ବିରୁଦ୍ଧରେ ଦିଆଯାଇଥିବା ଘୃଣ୍ୟ ଭାଷଣର ଯାଞ୍ଚ ପାଇଁ ଏକ ଏସଆଇଟି ଗଠନ କରିବାକୁ ନିବେଦନ କରାଯାଇଛି ।

ସେପଟେ ହିନ୍ଦୁ ଗୋଷ୍ଠୀର ଆବେଦନ ମଧ୍ୟ ଦେଶର ଅନେକ ମୁସଲମାନ ରାଜନୈତିକ ନେତାଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିବାକୁ ଚେଷ୍ଟା କରିଥିଲା । ଯେପରିକି ଏଆଇଏମ୍ଆଇଏମର ଆସାଦୁଦ୍ଦିନ ଓୱାଇସି ଏବଂ ୱାରିସ୍ ପଠାନ୍ ଓ ଇମାମ ଆସୋସିଏସନର ସାଜିଦ ରସିଡି ଉତ୍ତେଜନାମୂଳକ ଭାଷଣ ଦେଇଥିଲେ ଯାହା ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ଭୟ ଏବଂ ଅଶାନ୍ତିର ବାତାବରଣ ସୃଷ୍ଟି କରିଥିଲା । ଏହାସହ ହରିଦ୍ୱାର, ନୂଆଦିଲ୍ଲୀ ତଥା ଅନ୍ୟାନ୍ୟ ଇଭେଣ୍ଟରେ କରାଯାଇଥିବା ଭାଷଣ ମୁସଲିମ ନେତାଙ୍କ ଘୃଣାର ବକ୍ତବ୍ୟର ପ୍ରତିକ୍ରିୟା ଅଟେ ବୋଲି ଅଭିଯୋଗରେ ଦର୍ଶାଯାଇଛି ।

Related Posts