ସଫଳତାର ସହ ଉତକ୍ଷେପଣ ହେଲା GSAT-24

ନୂଆଦିଲ୍ଲୀ: GSAT-24 ର ସଫଳ ଉତକ୍ଷେପଣ । ଏହା ଆଜି(ଗୁରୁବାର) ସଫଳ ପରୀକ୍ଷଣ ହୋଇଛି । ଭାରତୀୟ ମହାକାଶ ଓ ଗବେଷଣା ପ୍ରତିଷ୍ଠାନ (ISRO) ଦ୍ବାରା ନିର୍ମିତ ଉପଗ୍ରହକୁ ଫ୍ରାନ୍ସ କମ୍ପାନୀ ଏରିଆନସ୍ପେସ୍ ଦ୍ବାରା ଫ୍ରେଞ୍ଚ ଗୁଆନାର (ଦକ୍ଷିଣ ଆମେରିକା) କୋରୁରୁ ସଫଳତାର ସହ ଉତ୍‌କ୍ଷେପଣ ହୋଇଛି ।

GSAT-24 ହେଉଛି ୪୧୮୦ କିଲୋଗ୍ରାମ ଓଜନର ଏକ ୨୪-KU ବ୍ୟାଣ୍ଡ ଯୋଗାଯୋଗ ଉପଗ୍ରହ । ଯାହା DTH ଆବଶ୍ୟକତାକୁ ପୂରଣ କରିବ । ଏହା ମହାକାଶରେ ୧୫ ବର୍ଷ ଯାଏଁ କାର୍ଯ୍ୟକ୍ଷମ ରହିବ ।

ନ୍ୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍‌ର (NSIL ) ଏହା ପ୍ରଥମ ଉପଗ୍ରହ ମିଶନ ଅଟେ।

Related Posts