ସରକାର ମୋତେ ମାରିବାକୁ ଚାହୁଁଛନ୍ତି: ରାକେଶ ଟିକାୟତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତୀୟ କୃଷକ ୟୁନିୟନର ରାଷ୍ଟ୍ରୀୟ ପ୍ରବକ୍ତା ରାକେଶ ଟିକାୟତ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ସେ ଅଭିଯୋଗ କରି କହିଛନ୍ତି ଯେ ସରକାର ତାଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି । କର୍ଣ୍ଣାଟକରେ ହୋଇଥିବା ଆକ୍ରମଣ ଜାଣିଶୁଣି କରାଯାଇଥିବାର ସେ କହିଛନ୍ତି । ଦିଲ୍ଲରରେ ବିପିନ ରାୱତଙ୍କ ଘରେ ହତ୍ୟା ଯୋଜନା କରାଯାଇଥିବାର ସେ କହିଛନ୍ତି । କେବଳ ଏତିକି ନୁହେଁ ବରଂ ବର୍ତ୍ତମାନ ସରକାରଙ୍କ ସହ ଲଢ଼ିବାର ନୁହଁ ବରଂ କୃଷକ ଆପୋସ ବୁଝାମଣା ଚାହୁଁଛନ୍ତି ବୋଲି କହିଛନ୍ତି । ଏହା ସହ ଟିକାୟତ ପରିବାର ସବୁବେଳେ କୃଷକଙ୍କ ପାଇଁ ସ୍ୱର ଉତ୍ତୋଳନ କରୁଛି ଓ ଆଗକୁ ମଧ୍ୟ କରୁଥିବ ବୋଲି କୃଷକ ନେତା ରାକେଶ ଟିକାୟତ କହିଛନ୍ତି ।

ସେପଟେ ରାକେଶ ଟିକାୟତ ମିରଠର କଙ୍ଗରଖେଡ଼ାରେ କୃଷକ ପଞ୍ଚାୟତରେର କୃଷକ ପଞ୍ଚାୟତରେ କୃଷକ ଓ କର୍ମୀଙ୍କୁ ସମ୍ବୋଧନ ଦେବା ଅବସରରେ ଏପରି କହିଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ନିର୍ବାଚନ ପୂର୍ବରୁ ଯେଉଁ ସରକାର ମାଗଣା ବିଜୁଳୀ ଦେବା କଥା କହିଥିଲେ ଆଜି ସେ ନଳକୂପରେ ମିଟର ଲଗାଇ କୃଷକଙ୍କର ଉତ୍ପିଡ଼ନ କରୁଛନ୍ତି ବୋଲି ଭାରତୀୟ କୃଷକ ୟୁନିୟନର ରାଷ୍ଟ୍ରୀୟ ପ୍ରବକ୍ତା ରାକେଶ ଟିକାୟତ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts