ପ୍ରାଣୀ ପ୍ରଜନନ କ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟ ସୃଷ୍ଟି କଲା କୋରାପୁଟର ନାରାୟଣପାଟଣାର ଛେଳି ; ମିଳିବ ସ୍ୱତନ୍ତ୍ର ପ୍ରଜାତି ଭାବେ ଜାତୀୟ ମାନ୍ୟତା

କୋରାପୁଟ: ପ୍ରାଣୀ ପ୍ରଜନନ କ୍ଷେତ୍ରରେ କୋରାପୁଟ ଜିଲ୍ଲା ନାରାୟଣପାଟଣା ଏକ ନୂଆ ମାଇଲ ଖୁଣ୍ଟ ସୃଷ୍ଟି କରିଛି । ଉକ୍ତ ବ୍ଲକର ଛେଳିକୁ ସ୍ୱତନ୍ତ୍ର ପ୍ରଜାତି ଭାବେ ଜାତୀୟ ମାନ୍ୟତା ମିଳିବା | ଏନେଇ ହରିୟାଣାର ଦୁଇ ଜଣ ପଶୁ ବିଶେଷଜ୍ଞ ଡାକ୍ତର ଆସି ଅନୁଧ୍ୟାନ କରିବା ପରେ ଆଶା ଉଜ୍ଜୀବିତ ହୋଇଛି । ହରିୟାଣା କର୍ନାଲରୁ ଦୁଇ ପଶୁ ବିଶେଷଜ୍ଞ ଡାକ୍ତର କରନବୀର ସିଂହ ଓ ବରିଷ୍ଠ ଗବେଷକ ମହେଶ ଦିଗେ ନାରାୟଣପାଟଣା ଗସ୍ତ କରି ପଶୁ ସମ୍ପଦ ବିଭାଗ କର୍ମଚାରୀ ଓ ଚାଷୀଙ୍କୁ ଭେଟିଛନ୍ତି । ପୋଡାପଦର ପଂଚାୟତର କିଛି ଗାଁ ବୁଲି ଛେଳିଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରିଛନ୍ତି ।

୧୫ରୁ ଅଧିକ ଛେଳିଙ୍କ ରକ୍ତ ନମୁନା ସଂଗ୍ରହ ହୋଇଛି । ପରିବେଶ ସହ ଖାପ ଖୁଆଇ ଚଳୁଥିବା ୪ରୁ ୫ ପ୍ରଜାତିର ଛେଳି କ’ଣ ଖାଉଛନ୍ତି ବୋଲି ପଚାରିଥିଲେ । ପାହାଡ ତଥା ଜଙ୍ଗଲିଆ ପରିବେଶରେ ଅତି ସହଜରେ ବଞ୍ଚିପାରୁଥିବାରୁ ଏହି ପ୍ରଜାତିର ଛେଳିଙ୍କ ଚାହିଦା ଅଧିକ ରହିଥିବା ଜଣାପଡ଼ିଛି ।

ଗତବର୍ଷ ମଣ୍ଡା ମଇଁଷିକୁ ସ୍ୱତନ୍ତ୍ର ବ୍ରିଡ ମାନ୍ୟତା ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଭୁବନେଶ୍ୱରର ୪ ଜଣିଆ ବିଶେଷଜ୍ଞ ଦଳ ନାରାୟଣପାଟଣା ଗସ୍ତରେ ଯାଇ ଛେଳିଙ୍କ ରକ୍ତ ନମୁନା ସଂଗ୍ରହ କରିଥିବା ବେଳେ, ଏବେ ଏହାର ୮ ମାସ ପରେ ହରିୟାଣାର ବିଶେଷଜ୍ଞ ଦଳ ଆସି ଅନୁଧ୍ୟାନ କରିଛନ୍ତି । ପାହାଡ ତଥା ଜଙ୍ଗଲିଆ ପରିବେଶରେ ଅତି ସହଜରେ ବଞ୍ଚିପାରୁଛନ୍ତି ଏହି ଛେଳି |

Related Posts