“ସ୍ବାଧୀନତାର ପ୍ରଥମ ଚା …”: ଜେଲରୁ ବାହାରିବା ପରେ ମନୀଷ ସିସୋଦିଆଙ୍କ ପ୍ରଥମ ପୋଷ୍ଟ

ଭୁବନେଶ୍ୱର,୧୦/୮(ସତ୍ୟପାଠ ବ୍ୟୁରୋ): ୧୭ ମାସ ପରେ ଜେଲରୁ ବାହାରିଛନ୍ତି ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଜେଲରୁ ବାହାରିବା ପରେ ସେ ଭାବୁକ ହୋଇପଡିଛନ୍ତି। ସେ ଆଜି ସକାଳୁ ନିଜ ପତ୍ନୀଙ୍କ ସହ ବସି ଚା’ ପିଇଛନ୍ତି। ଏହି ସମୟର ଏକ ଫଟୋକୁ ସେ ନିଜ ସୋଶାଲ ମିଡିଆରେ ସେୟାର କରିଛନ୍ତି। ଏଥିସହ ଲେଖିଛନ୍ତି। ସ୍ୱାଧୀନ ସକାଳର ପ୍ରଥମ ଚା’…୧୭ ମାସ ପରେ!

 ମନୀଷ ସିସୋଦିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ‘ସ୍ୱାଧୀନ ସକାଳର ପ୍ରଥମ ଚା’…୧୭ ମାସ ପରେ! ସେହି ସ୍ୱାଧୀନତା ଯାହା ସମ୍ବିଧାନ ଆମ ସମସ୍ତ ଭାରତୀୟଙ୍କୁ ବଞ୍ଜିବାର ଅଧିକାରକୁ ଗ୍ୟାରେଣ୍ଟି ରୂପେ ଦେଇଛି। ସେହି ସ୍ୱାଧୀନତା ଯାହା ଖୋଲା ଆକାଶ ତଳେ ନିଶ୍ୱାସ ନେବାକୁ ଆମକୁ ଈଶ୍ୱର ଦେଇଛନ୍ତି।’

ସୁଚଂଯୋଗ୍ୟ, ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ମନୀଷ ସିସୋଦିଆ ଦେଢ଼ ବର୍ଷ ହେବ ଜେଲରେ ଥିଲେ। ଗତକାଲି ସେ ୧୭ ମାସ ପରେ ତିହାର ଜେଲରୁ ବାହାରିଥିଲେ। ଏହାପରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପତ୍ନୀ ସୁନୀତା କେଜ୍ରିଓ୍ୱାଲ ଓ ତାଙ୍କ ବାପା-ମା’ଙ୍କୁ ଭେଟିଥିଲେ।

Related Posts