ଶ୍ରୀମନ୍ଦିର ଚତୁଃପାଶ୍ୱର୍ରୁ ଉଚ୍ଛେଦ ମଠକୁ କରାଯିବ ଥଇଥାନ; ଏନେଇ ପ୍ରାୟ ୨ ଏକର ଜାଗା ଯୋଗାଇବ ଜିଲ୍ଲା ପ୍ରଶାସନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ଚତୁଃପାଶ୍ୱର୍ରୁ ଉଚ୍ଛେଦ ମଠକୁ କରାଯିବ ଥଇଥାନ । ଏନେଇ ପ୍ରାୟ ୨ ଏକର ଜାଗାରେ ମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ମଠକୁ ଥଇଥାନ କରିବା ପାଇଁ ଯୋଜନା କରାଯାଇଛି। ପୁରୀ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ପ୍ରଶାସନଠାରୁ ଏଥିପାଇଁ ଆବଶ୍ୟକ ଜାଗା କିଣିବାକୁ ଯାଉଛି।

ଏ ନେଇ ଜାଗା ଚିହ୍ନଟ ସରିଥିବା ବେଳେ ପରିଚାଳନା କମିଟି ନିଷ୍ପତ୍ତିକ୍ରମେ ଶ୍ରୀମନ୍ଦିର ପ୍ରଶାସନ ବି ଏ ବାବଦ ଏନ୍ଓସି ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିସାରିଛି। କେବଳ ମାଲିକାନା ପରିବର୍ତ୍ତନ ଓ ଜମି ହସ୍ତାନ୍ତର ପ୍ରକ୍ରିୟା ବାକି ରହିଛି। ଜମିର ମୂଲ୍ୟ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ପ୍ରଶାସନକୁ ଦେବା ପରେ ଏହି ପ୍ରକ୍ରିୟା ଶେଷ ହେବ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts