ରାୟପୁର(ସତ୍ୟପାଠ ବ୍ୟୁରୋ): ନିଜ ସମ୍ପତ୍ତିକୁ ଦାନ କରି ଅନେକ ଲୋକ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି । ହେଲେ ଆଜୀବନ ଉପାର୍ଜୀଥିବା ସମ୍ପତ୍ତିକୁ ଖୁବ କମ ଲୋକ ଦାନ କରିଥାନ୍ତି । ଏହା ମଧ୍ୟରେ ଛଚ୍ଛିଶଗଡେ଼ର ଜଣେ ଔଷଧ ବ୍ୟବସାୟ କରୁଥିବା ଡ଼ାକଲିଆ ପରିବାର ୩୦ କୋଟି ମୂଲ୍ୟର ସମ୍ପତ୍ତି ଦାନ କରି ବେଶ ଚର୍ଚ୍ଚାରେ ରହିଛନ୍ତି । ଦାନ କରିବା ପରେ ସମସ୍ତ ପରିବାର ଜୈନ ଧର୍ମରେ ଦୀକ୍ଷିତ ହୋଇଛନ୍ତି । ପରିବାରର ମୁଖ୍ୟ ମୁମୁକ୍ଷୁ ଭୁପେନ୍ଦ୍ର ଡାକାଲିଆଙ୍କ ସମେତ ପାଞ୍ଚ ଜଣଙ୍କୁ ଜୈନ ବଗିଚାରେ ଭାଗବତୀ ଦୀକ୍ଷାରେ ଦୀକ୍ଷିତ କରାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ଏହା ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ତେବେ ମୁମୁକ୍ଷୁ ଭୁପେନ୍ଦ୍ର ଡାକାଲିଆ କହିଛନ୍ତି ଯେ ତାଙ୍କ ସମ୍ପତ୍ତିର କୋଟି କୋଟି ଟଙ୍କା ଜମି, ଦୋକାନ ଏବଂ ଅନ୍ୟାନ୍ୟ ସମ୍ପତ୍ତି ସବୁ ଦାନ କରିଦେଇଛନ୍ତି । ସେପଟେ ୨୦୧୧ ମସିହାରେ ରାୟପୁରରେ ଅବସ୍ଥିତ କୌବଲ୍ୟଧାମ ଯିବା ପରେ ତାଙ୍କ ମନରେ ସନ୍ନ୍ୟାସ ନେବାର ଚିନ୍ତା ଆସିଲା । ଏହା ପରେ ନଭେମ୍ବର ୯ ତାରିଖରେ ତାଙ୍କ ପରିବାର ଏକ ଆରାମଦାୟକ ଜୀବନ ଛାଡି ସନ୍ନ୍ୟାସ ନେବାର ଚୂଡ଼ାନ୍ତ ନିଷ୍ପତ୍ତି ନେଇଥିଲେ । ଅନ୍ୟପଟେ ସମସ୍ତ ପରିବାର ସନ୍ନ୍ୟାସୀ ହେବା ଘଟଣା ଅତ୍ୟନ୍ତ ବିରଳ ବୋଲି ଜୈନ ଧର୍ମର ଲୋକମାନେ କହିଛନ୍ତି ।