(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ମହାମାରୀ ମଧ୍ୟରେ ଚାଲିଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଛନ୍ତି ଟିଏମସି ସାସଂଦ ନୁସରତ୍ ଯାହାନ୍। ନିର୍ବାଚନୀ ସଭା ରଦ୍ଦ ଘୋଷଣା ହେବା ପରେ ସେ କହିଛନ୍ତି ଯେ ନିର୍ବାଚନ କମିଶନର ପୂର୍ବରୁ କାହିଁକି ଶୋଇଥିଲା ? ସେ କହିଛନ୍ତି, “ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଧାରଣ ସଭା ନକରିବାକୁ ନିଷ୍ପତ୍ତି ନେଲେ, ସେତେବେଳେ ନିର୍ବାଚନ କମିଶନ ସମସ୍ତ ସାଧାରଣ ସଭା ଉପରେ ରୋକ୍ ଲଗାଇଲେ। ନିର୍ବାଚନ ଆୟୋଗ ଅନ୍ୟମାନଙ୍କ ଅପେକ୍ଷା ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ କଥା ଅଧିକ ଶୁଣନ୍ତି ।” ଆଜି ପଶ୍ଚିମବଙ୍ଗରେ ସପ୍ତମ ପର୍ଯ୍ୟାୟ ଭୋଟଗ୍ରହଣ ଜାରି ରହିଛି। ଏହି ଅବସରରେ ସେ ତାଙ୍କ ପିତାମାତାଙ୍କ ସହ ଭୋଟ୍ ଦେଇଛନ୍ତି। ଏହା ପରେ ସେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ନୁସରତ କହିଛନ୍ତି ଯେ “ମୁଁ ଯେଉଁଠାରେ ପ୍ରଚାର କରୁଛି, ମୁଁ କେବଳ ଗୋଟିଏ ଚେହେରା ପାଇଁ ଲୋକଙ୍କ ସମର୍ଥନ ଦେଖିଛି ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଟିଏମସି ସାଂସଦ ପ୍ରଶ୍ନ କରିଛନ୍ତି ଯେ,” ନିର୍ବାଚନ ଆୟୋଗ କାହିଁକି ଏସବୁ ସମୟରେ ଶୋଇଥିଲେ ? ” ବର୍ତ୍ତମାନ ରାଜ୍ୟର ପାଞ୍ଚଟି ଜିଲ୍ଲାର ୩୪ ଟି ନିର୍ବାଚନମଣ୍ଡଳୀରେ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୩୭ ଜଣ ମହିଳାଙ୍କ ସମେତ ମୋଟ ୨୬୮ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ , ପଶ୍ଚିମବଙ୍ଗରେ ବର୍ତ୍ତମାନ ୮୮,୮୦୦ଆକ୍ଟିଭ କେସ୍ ରହିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୦୯୪୧ ଲୋକ କରୋନାରେ ପ୍ରାଣ ହରାଇଛନ୍ତି। ୧,୨,୩,୪,୫,୬ ପର୍ଯ୍ୟାୟ ପାଇଁ ମତଦାନ ଯଥାକ୍ରମେ ମାର୍ଚ୍ଚ ୨୭ , ଏପ୍ରିଲ ୧, ଏପ୍ରିଲ ୬, ଏପ୍ରିଲ ୧୦, ଏପ୍ରିଲ ୧୭ ଏବଂ ଏପ୍ରିଲ ୨୨ ରେ ହୋଇଥିଲା। ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଏପ୍ରିଲ ୨୯ ରେ ଅନୁଷ୍ଠିତ ହୋଇଥିବାବେଳେ ଭୋଟ୍ ଗଣନା ମେ ୨ ରେ ହେବ।
Related Posts
-
Copyright © SatyaPatha2021