ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ଛାତ୍ରୀଛାତ୍ରଙ୍କ ପାଠପଢ଼ା: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ସେପ୍ଟେମ୍ବର ୨୨ ତାରିଖରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଆରମ୍ଭ ହେବ। ମଙ୍ଗଳବାର ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସାଢ଼େ ୩ ଲକ୍ଷ ପିଲା ନାମ ଲେଖାଇ ସାରିଲେଣି। ତେଣୁ ଆଉ ବିଳମ୍ବ ନକରି ପାଠପଢ଼ା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ କିଛିି ଛାତ୍ରୀଛାତ୍ରଙ୍କ ନାମ ଲେଖା ହୋଇ ନ ଥିବା ବେଳେ ଆସନ୍ତା ୧୭ ତାରିଖରେ ସେମାନଙ୍କ ନାମଲେଖା ହେବ। ତେବେ ଏହା ପୂର୍ବରୁ ଅନ୍ୟ ପିଲାଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି।

Related Posts