(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଅମ୍ଳଜାନ ଅଭାବରୁ ଯେଉଁ କୋଭିଡ୍ ରୋଗୀଙ୍କ ମୃତ୍ୟୁ ହୋଇଛି ସେମାନଙ୍କ ପରିବାରବର୍ଗଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ଏଥିପାଇଁ ଏକ ୬ଜଣିଆ ଡାକ୍ତରୀ କମିଟି ମଧ୍ୟ ଗଠନ କରିଯାଇଛି । ଗୁରୁବାର ଦିନ ଏ ସମ୍ପର୍କରେ ଏକ ସରକାରୀ ନିର୍ଦ୍ଦେଶନାମା ଜାରି କରାଯାଇଛି। କରୋନାର ଦ୍ବିତୀୟ ଲହରରେ ଦିଲ୍ଲୀରେ ବହୁ ସଂଖ୍ୟାରେ କରୋନା ରୋଗୀ ଅକ୍ସିଜେନ୍ ଅଭାବ ହେତୁ ମୃତ୍ୟୁବରଣ କରିଥିଲେ। ତେବେ ଏହାର ସମୀକ୍ଷା କରି ସେମାନଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ରାଶି ପ୍ରଦାନ କରିବା ନିମନ୍ତେ ଦିଲ୍ଲୀ ସରକାର ୬ଜଣିଆ କମିଟି ଗଠନ କରିଛନ୍ତି। ଏହି ଛଅ ଜଣିଆ କମିଟି ପ୍ରତି ସପ୍ତାହରେ ପ୍ରମୁଖ ସ୍ବାସ୍ଥ୍ୟ ସଚିବଙ୍କ ରିପୋର୍ଟ ପଠାଇବ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କରୋନାରେ ପ୍ରାଣ ହରାଇଥିବା ଡାକ୍ତର ଏବଂ ଶିକ୍ଷକଙ୍କ ପରିବାର ଲୋକଙ୍କୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଚଳିତ ମାସ ଆରମ୍ଭରେ ଦିଲ୍ଲୀର ବତ୍ରା ହସ୍ପିଟାଲ୍ରେ ୧୨ଜଣ ରୋଗୀଙ୍କ ସମେତ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଏପ୍ରିଲ୍ ୨୨ ତାରିଖରେ ଜୟପୁର ଗୋଲ୍ଡେନ୍ ହସ୍ପିଟାଲ୍ରେ ମଧ୍ୟ ଅକ୍ସିଜେନ୍ ଅଭାବରୁ ପ୍ରାୟ ୨୦ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିଲେ।
Related Posts
-
Copyright © SatyaPatha2021