(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ଟିକା ନେବା ପରେ ମିଳୁଥିବା ପ୍ରମାଣ ପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋକୁ ନେଇ ଏବେ ଆଉ ଏକ ବିବାଦ ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଟିଏମସି ସୁପ୍ରିମୋ କହିଛନ୍ତି ଯେ, ଯଦି କୋଭିଡ ଟିକା ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ରହୁଛି ତେବେ ମୃତ୍ୟୁ ପ୍ରମାଣପତ୍ରରେ ମଧ୍ୟ ତାଙ୍କର ଫଟୋ ରହିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।
ସେ କହିଛନ୍ତି ଯେ “ କୌଣସି ବ୍ୟକ୍ତି ଆପଣଙ୍କର (ପ୍ରଧାନମନ୍ତ୍ରୀ) ସମର୍ଥକ ହୋଇଥିବେ ତ ପୁଣି ଆଉ କିଏ ଆଉ କିଏ ସମର୍ଥକ ହୋଇ ନଥାଇ ପାରନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଟିକା ପ୍ରମାଣପତ୍ରରେ ବାଧ୍ୟତାମୂଳକ କରାଯାଇଛି। ଯଦି କୌଣସି ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କୁ ପସନ୍ଦ କରେ ନାହିଁ ତଥାପି ବି ତାଙ୍କ ଫଟୋକୁ ସାଙ୍ଗରେ ନେଇ ଯିବାକୁ ପଡ଼ିଥାଏ। ତେଣୁ ଏହା କେଉଁ ପ୍ରକାର ସ୍ବାଧୀନତା, ଲୋକଙ୍କର ସ୍ୱାଧୀନତା କେଉଁଠାରେ ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି ?
ତେଣୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ମୃତ୍ୟୁ ପ୍ରମାଣପତ୍ରରେ ମଧ୍ୟ ରହିବା ଉଚିତ୍ ବୋଲି ମମତା ବାନାର୍ଜୀ କହିଛନ୍ତି। ରାଜ୍ୟ ସଚିବାଳୟରେ ଗଣମାଧ୍ୟମ ସହ କଥାବାର୍ତ୍ତା ହେଉଥିବା ସମୟରେ ମୋଦୀଙ୍କ ନାଁ ନନେଇ ସେ ଟାର୍ଗେଟ କରିଛନ୍ତି। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ଟିକା ସାର୍ଟିଫିକେଟ୍ ରେ କାହାରି ଫଟୋ ରହିବ ତାକୁ ନେଇ ରାଜନୀତି ସରଗରମ ହୋଇଥିଲା ।