ଗୁଜୁରାଟର ବିଧାୟକ ଜିଗ୍ନେଶ ମେଭାନୀଙ୍କ ଜାମିନ ଆବେଦନର ଶୁଣାଣି କରିବେ କୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୁଜୁରାଟର ବିଧାୟକ ଜିଗ୍ନେଶ ମେଭାନୀଙ୍କ ଜାମିନ ଆବେଦନର ଶୁଣାଣି କରିବେ କୋର୍ଟ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଟ୍ୱିଟ କରି ସେ ଗିରଫ ହୋଇଥିଲେ । ସେପଟେ ଆସାମ ବାରପେଟା ଜିଲ୍ଲାର ଏକ ସ୍ଥାନୀୟ ଅଦାଲତ ଗୁରୁବାର ତାଙ୍କ ଜାମିନ ଆବେଦନର ଶୁଣାଣି କରି ନିଜ ରୟକୁ ସଂରକ୍ଷିତ କରିଥିଲେ । ଆଜି ଏହି ରାୟ ଆସିିବ ବୋଲି ବିଧାୟକ ଜିଗ୍ନେଶ ମେଭାନୀଙ୍କ ଓକିଲ ଅଙ୍ଗସୁମନ ବୋରା କହିଛନ୍ତି । ଅନ୍ୟପଟେ ଏପ୍ରିଲ୍ ୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ତାଙ୍କ ଟ୍ୱିଟ୍ ସହ ଜଡିତ ଥିବା ମାମଲାରେ ତାଙ୍କୁ ଜାମିନ ମିଳିବା ପରେ ମେଭାନୀଙ୍କୁ ବାରପଟା ପୋଲିସ ଗିରଫ କରିଥିଲା।

ବିଧାୟକଙ୍କ ଠାରୁ ଟ୍ୱିଟ ସାମ୍ନାକୁ ଆସିବା ପରେ ଆସାମ ବିଜେପି ନେତା ଅରୁପ କୁମାର ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ମେଭାନୀଙ୍କ ବିରୋଧରେ ଧାରା ୧୨୦ ବି (ଅପରାଧିକ ଷଡଯନ୍ତ୍ର), ଧାରା ୧୫୩ (ଏ) (ଦୁଇ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା), ୨୯୫ (ଏ), ଏବଂ ୫୦୪ (ଶାନ୍ତି ଉଲ୍ଲଂଘନ କରିବା ଉଦ୍ଦେଶ୍ୟରେ ଉଦ୍ଦେଶ୍ୟମୂଳକ ଅପମାନ) ଏବଂ ବିଭାଗ ଅଧୀନରେ ଏକ ମାମଲା ରୁଜୁ କରାଯାଇଥିଲା। ସେପଟେ ଗୁଜୁରାଟର ବିଧାୟକଙ୍କ ଗିରଫଦାରୀକୁ ଆସାମ ରାଜ୍ୟ କଂଗ୍ରେସ ୟୁନିଟ୍ ବିରୋଧ କରିଥିଲା। ଏକ ସ୍ୱାଧୀନ ବିଧାୟକ ଭାବେ ମନୋନୀତ ହୋଇଥିବା ମେଭାନୀ ସେପ୍ଟେମ୍ବର ୨୦୧୯ ରେ କଂଗ୍ରେସକୁ ସମର୍ଥନ ଜଣାଇଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts