ମୁଲାୟମ ସିଂଙ୍କୁ ଭେଟିଲେ ଲାଲୁ ଯାଦବ, କହିଲେ – ଦେଶକୁ ବର୍ତ୍ତମାନ ପୁଞ୍ଜିବାଦ , ସାମ୍ପ୍ରଦାୟିକତାର ନୁହେଁ ସମାଜବାଦର ଆବଶ୍ୟକତା ରହିଛି “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆସନ୍ତା ବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଗଠବନ୍ଧନ କରିବା ଆରମ୍ଭ କରିଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଓ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ପରସ୍ପରକୁ ସୋମବାର ଭେଟିଛନ୍ତି। ଏବେ ଏହି ଦୁଇ ବରିଷ୍ଠ ନେତାଙ୍କ ବୈଠକକୁ ନେଇ ନୂତନ ରାଜନୈତିକ ସମୀକରଣ ନେଇ ଚର୍ଚ୍ଚା ଜୋର ଧରିଛି । ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏହି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । 

ଏହି ବୈଠକ ପରେ ଲାଲୁ ଯାଦବ ଟ୍ବିଟ୍ କରି କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତିରେ ଦେଶକୁ ପୁଞ୍ଜିବାଦ, ସାମ୍ପ୍ରଦାୟିକତାର ନୁହେଁ ବରଂ ସମାଜବାଦର ଆବଶ୍ୟକତା ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ” ବରିଷ୍ଠ ସମାଜବାଦୀ ପାର୍ଟି ନେତା ଓ ସାଥୀ ମୁଲାୟମଙ୍କ ସହ ସାକ୍ଷାତ କରି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବୁଝିଲି । ଦେଶରେ ବର୍ତ୍ତମାନର ରାଜନୈତିକ ସ୍ଥିତି , ଶିକ୍ଷା, ଦାରିଦ୍ର୍ୟ, ବେରୋଜଗାରୀ ଉପରେ ଆମର ମତାମତ ରଖିବା ସହିତ ଏହା ଉପରେ ଆଲୋଚନା କଲୁ । ଦେଶକୁ ବର୍ତ୍ତମାନ କେବଳ ପୁଞ୍ଜିବାଦ ଓ ସାମ୍ପ୍ରଦାୟିକତାର ଆବଶ୍ୟକତା ନୁହେଁ ବରଂ ଲୋକ ସମତା ଓ ସମାଜବାଦର ଅତ୍ୟନ୍ତ ଆବଶ୍ୟକତା ରହିଛି ବୋଲି ଲାଲୁ ପ୍ରସାଦ ଯାଦବ ଟ୍ୱିଟ କରିଛନ୍ତି । ଜାମିନରେ ଆସିଥିବା ଲାଲୁ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି । 

  ଏହାସହ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ମଧ୍ୟ ଲାଲୁ ପ୍ରସାଦ ଯାଦବ ମଧ୍ୟ ଟ୍ୱିଟ କରି ଫଟୋ ସେୟାର କରିଥିଲେ।ଏହାପୂର୍ବରୁ ବିରୋଧୀ ଦଳର ନେତାମାନେ ଏନସିପି ନେତା ଶରଦ ପାୱାରଙ୍କ ଘରେ ବୈଠକ କରି ଥିଲେ। ଏହା ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଦିଲ୍ଲୀ ଆସି ମୋଦୀଙ୍କୁ ବିରୋଧରେ ବିରୋଧୀ ଏକଜୁଟ ପାଇଁ ଆହ୍ବାନ ଦେଇଥିଲେ। ଏନସିପି ସଭାପତି ଶରଦ ପାୱାର ଜୁଲାଇ ୨୯ ରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଭାପତି ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିଥିଲେ।

 ପାୱାର ଟ୍ୱିଟ୍ କରି କହିଥିଲେ ଯେ ରାଷ୍ଟ୍ରୀୟ ଜନତା ଦଳର ସଭାପତି ଲାଲୁ ପ୍ରସାଦ ଯାଦବ ଜୀଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଲି। ଦୀର୍ଘ ସମୟ ପରେ ପୁରୁଣା ସହକର୍ମୀ ଲାଲୁଜୀଙ୍କୁ ଭେଟିବା ଅତ୍ୟନ୍ତ ଆନନ୍ଦଦାୟକ ଥିଲା। 

Related Posts