ସର୍ତ୍ତମୂଳକ ଭାବରେ ଖବୁଶୀଘ୍ର ବଜାରରେ ଉପଲବ୍ଧ ହେବ କରୋନା ଟିକା: ଡିସିଜିଆଇ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ସାରା ଦେଶରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେପଟେ କରୋନାକୁ ରୋକିବା ପାଇଁ ସାରା ଦେଶର ଲୋକମାନଙ୍କୁ ଭ୍ୟାକ୍ସିନ ଦିଆଯାଉଛି । ଏହା ମଧ୍ୟରେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ପାଇଁ କମ୍ପାନୀଗୁଡିକୁ ସର୍ତ୍ତମୂଳକ ଭାବରେ ବଜାରରେ ଉପଲବ୍ଧ କରିବାକୁ ଅନୁମତି ଦେଇଛନ୍ତି । ସେପଟେ ଡିସିଜିଆଇର ସର୍ତ୍ତ ମୁତାବକ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ମେଡିସିନ ଷ୍ଟୋରରେ ଉପଲବ୍ଧ ହେବ ନାହିଁ ।

ବରଂ ଏହା ଘରୋଇ ହସ୍ପିଟାଲରେ ଉପଲବ୍ଧ ହେବ ଓ ଲୋକମାନେ ସେହିଠାରେ କିଣି ସେହିଠାରେ ଟିକା ନେଇପାରିବେ । ଏହି ଟିକାର ଗୋଟିଏ ଡୋଜ ପାଇଁ ଗ୍ରାହକଙ୍କୁ ମୂଳ ମୂଲ୍ୟ ୨୭୫ ଟଙ୍କା ସହ ଅତିରିକ୍ତ ସେବା ଶ୍ଳୁକ ୧୫୦ ଟଙ୍କା ଦେବାକୁ ପଡିପାରେ ବୋଲି ଆକଳନ କରାଯାଇଛି । ଏପର‌୍ୟ୍ୟନ୍ତ ବେସରକାରୀ ମେଡିକାଲରେ କୋଭାକ୍ସିନର ମୂଲ୍ୟ ୧୨୦୦ ଟଙ୍କା ପ୍ରତି ଖୋରାକ ଓ କୋଭିସିଲ୍ଡର ପ୍ରତି ଖୋରାକର ମୂଲ୍ୟ ୭୮୦ ଟଙ୍କା ରହିଛି । ଏହା ମଧ୍ୟରେ ଅତିରିକ୍ତ ସେବା ଶ୍ଳୁକ ସାମିଲ ରହିଛି ।

Related Posts