ଆଜିଠୁ ୧୨ରୁ ୧୪ ବର୍ଷ ବୟସ୍କ ପିଲାଙ୍କୁ ଦିଆଯିବ କୋର୍ବେଭାକ୍ସ ଟିକା

ଦେଶରେ ଏବେ କରୋନା ସଂକ୍ରମଣ ହାର କମୁଥିବା ବେଳେ, ଜୋର ଧରିଛି ଟୀକାକରଣ | କରୋନା କୁ ମାତ ଦେବା ପାଇଁ ଟୀକାକରଣ ବ୍ୟବସ୍ଥାକୁ ଜୋରଦାର କରାଯାଇଥିବା ବେଳେ, ଆଜିଠୁ ୧୨ରୁ ୧୪ ବର୍ଷ ବୟସ୍କ ପିଲାଙ୍କୁ ଟିକା ଦିଆଯିବ । ଭାରତରେ ପ୍ରସ୍ତୁତ କୋର୍ବେଭାକ୍ସ ଟିକାର ଦୁଇଟି ଡୋଜ ପିଲାଙ୍କୁ ଦିଆଯିବ । ପ୍ରଥମ ଡୋଜ ନେବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ ଦିଆଯିବ ।

୨୦୧୦ ମାର୍ଚ୍ଚ ୧୫ ତାରିଖ ପୂର୍ବରୁ ଜନ୍ମ ନେଇଥିବା ପିଲା ଟିକା ନେଇ ପାରିବେ । ଏଥିପାଇଁ ଅଭିଭାବକମାନେ ଅନଲାଇନରେ ପଞ୍ଜିକରଣ କରିପାରିବେ । ଟିକାଦାନ କେନ୍ଦ୍ରରେ ମଧ୍ୟ ଅନସ୍ପଟ ରେଜିଷ୍ଟ୍ରେସନ କରି କିଶୋର କିଶୋରୀ କରୋନା ଟିକାର ପ୍ରଥମ ଡୋଜ ନେଇପାରିବେ । କୋର୍ବେଭାକ୍ସ ଟିକା ନେବାର ଅଧଘଂଟା କିଶୋର, କିଶୋରୀଙ୍କୁ ନୀରିକ୍ଷଣରେ ରଖାଯିବ । ସେହି ସମୟରେ କୌଣସି ଅସୁସ୍ଥତା ଦେଖା ଦେଲେ ସେଠାରେ ଉପସ୍ଥିତ ସ୍ୱାସ୍ଥ୍ୟ କର୍ମୀ ତୁରନ୍ତ ଆବଶ୍ୟକୀୟ ଚିକିତ୍ସା କରିବେ । ବର୍ତମାନ ରାଜ୍ୟରେ ୧୫ ଲକ୍ଷ ୪୭ ହଜାର କୋର୍ବେଭାକ୍ସ ଡୋଜ ଟିକା ରହିଛି ।

ତେବେ ଜାଣନ୍ତୁ କେମିତି ନିଜ ପିଲାଙ୍କୁ ଆପଣ ଟୀକା ଦେଇପାରିବେ

-ପିଲାଙ୍କ ଜନ୍ମ ମାର୍ଚ୍ଚ ୧୫, ୨୦୧୦ ପୂର୍ବରୁ ହୋଇଥିବା ଦରକାର
-ଅଭିଭାବକ ଅନଲାଇନରେ ରେଜିଷ୍ଟ୍ରେସନ କରିପାରିବେ
-ଟିକାକରଣ କେନ୍ଦ୍ରରେ ଅନସ୍ପଟ ରେଜିଷ୍ଟ୍ରେସନ ମଧ୍ୟ ହୋଇପାରିବ
-କୋୱିନରେ ଏହି ଆପ୍ଲିକେସନ ଆସିବା ପାଇଁ କିଛି ଦିନ ଲାଗିବ
-ତେଣୁ ପ୍ରଥମେ କିଛିଦିନ ଅନସ୍ପଟ୍ ରେଜିଷ୍ଟ୍ରେସନ କରିବେ
-ପ୍ରଥମେ ସ୍କୁଲଗୁଡିକରେ ଟିକାକରଣ କରାଯିବ
-୧୨ ରୁ ୧୪ ବର୍ଷ ପିଲାଙ୍କୁ କୋର୍ବେଭ୍ୟାକ୍ସ ଟିକା ଦିଆଯିବ
-ଏହାର ଦୁଇଟି ଡୋଜ ପିଲାଙ୍କୁ ଦିଆଯିବ
-ପ୍ରଥମ ଡୋଜ୍ ଦେବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଦିଆଯିବ
-ଟିକାନେବାର ଅଧଘଣ୍ଟା ଅବଜରବେସନରେ ରହିବେ

Related Posts