ଭୁବନେଶ୍ୱର,୧୩/୧(ସତ୍ୟପାଠ ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ହକି ମହାକୁମ୍ଭ । ତେବେ ଭାରତର ମ୍ୟାଚ ଆରମ୍ଭ ହେବା ଅବ୍ୟବହିତ ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ବଡ ଘୋଷଣା । ଭାରତୀୟ ପୁରୁଷ ହକି ଟିମରେ ସାମିଲ ହୋଇଥିବା ଦୁଇ ଓଡ଼ିଆ ହକି ଖେଳାଳି ଅମିତ ରୋହିଦାସ ଏବଂ ନୀଲମ ସଂଜୀପ୍ ଖେସଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।ଉଭୟ ଅମିତ ଏବଂ ନୀଲମ ଭାରତୀୟ ଟିମ ପକ୍ଷରୁ ଆଜି ସ୍ପେନ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବେ ।
ଆଜି ଭାରତ ଏହାର ପ୍ରଥମ ମ୍ୟାଚ ଖେଳିବ । ମ୍ୟାଚ ସନ୍ଧ୍ୟାରେ ଆରମ୍ଭ ହେବ । ରାଉରକେଲା ବିର୍ସାମୁଣ୍ଡା ଷ୍ଟଡିୟମରେ ଭାରତ ପ୍ରଥମ ମ୍ୟାଚରେ ସ୍ପେନକୁ ଭେଟିବ । ହକି ଜନ୍ମମାଟିରେ ବିଜୟରୁ ନିଜ ଅଭିଯାନ ଆରମ୍ଭ କରିବ ବୋଲି ଆଶା ରଖିଛି ଭାରତ ।
ପ୍ରଥମ ଦିନରେ ୪ଟି ଲିଗ୍ ମ୍ୟାଚ ଖେଳାଯିବ । କଳିଙ୍ଗ ଷ୍ଟାଡ଼ିୟମରେ ଅପରାହ୍ଣ ୧ଟାରେ ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା-ଦକ୍ଷିଣ ଆଫ୍ରିକାକୁ ଭେଟିବ। ପରେ ଅପରାହ୍ଣ ୩ଟାରେ ଦ୍ବିତୀୟ ମ୍ୟାଚ ଅଷ୍ଟ୍ରେଲିଆ-ଫ୍ରାନ୍ସ ମଧ୍ୟରେ ଖେଳାଯିବ । ସେପଟେ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମରେ ଦେଖିବାକୁ ମିଳିବ ହାଇ ଭୋଲଟେଜ୍ ହକି ମ୍ୟାଚ୍ । ଅପରାହ୍ଣ ୫ଟାରେ ଇଂଲଣ୍ଡ-ୱେଲସକୁ ଭେଟିବାବେଳେ ରାତି ୭ଟାରେ ଭାରତ-ସ୍ପେନକୁ ଭେଟିବ।