
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୋବର ସ୍କିମ ପରେ ବର୍ତ୍ତମାନ ଗାଈ ମୂତ୍ର କିଣିବେ ଛତିଶଗଡ଼ ସରକାର । ତେବେ ଛତିଶଗଡ ସରକାର ଏକ ନୂତନ ଯୋଜନା ପ୍ରଣୟନ କରି ଗାଈ ଗୋବରରୁ ନଗଦ ଯୋଜନାକୁ ବିସ୍ତାର କରିବାକୁ ଚେଷ୍ଟା କରୁଛନ୍ତି । ଯେଉଁଥିରେ ଗୋରୁ ପାଳକମାନଙ୍କଠାରୁ ଗାଈ ପରିସ୍ରା କିଣିବାର ସୂଚନା ମିଳିଛି । ସେପଟେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଅଧିକାରୀଙ୍କ ସହ ଏକ ବୈଠକ କରି ଏହି ଘଟଣାର ଅଧ୍ୟୟନ ପାଇଁ ଏକ ବୈଷୟିକ କମିଟି ଗଠନ କରାଯିବ ବୋଲି କହିଛନ୍ତି। ଇନ୍ଦିରା ଗାନ୍ଧୀ କୃଷି ବିଶ୍ୱବିଦ୍ୟାଳୟ ଏବଂ କାମଧେନୁ ବିଶ୍ୱବିଦ୍ୟାଳୟର ଅଧ୍ୟାପିକାଙ୍କୁ ଅନ୍ତର୍ଭୁକ୍ତ କରୁଥିବା ଏହି କମିଟିରେ ଗୋ ମୂତ୍ର ସଂଗ୍ରହ, ଗୁଣାତ୍ମକ ପରୀକ୍ଷଣ ଏବଂ ଏଥିରେ ବ୍ୟବହାର କରାଯାଇପାରିବ ବୋଲି ୧୫ ଦିନ ପର୍ୟ୍ୟନ୍ତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଏନେଇ ଅଧିକାରୀମାନଙ୍କୁ ମଧ୍ୟ ପଚରାଯାଇଛି। ଅନ୍ୟପଟେ ଏହି ବୈଠକରେ ଗୋ ମୂତ୍ରରୁ ବାୟୋ-ସାର ଏବଂ ବାୟୋ-ଏନଜାଇମ୍ କିପରି ପ୍ରସ୍ତୁତ ହୁଏ ସେନେଇ ଆଲୋଚନା ହୋଇଥିଲା। ଛତିଶଗଡ ସରକାରଙ୍କ ଦ୍ୱାରା ଗୋବର ପରେ ବର୍ତ୍ତମାନ ଗାଈ ପରିସ୍ରା କ୍ରୟ କରାଯିବ।
ଗ୍ରାମ ଗୌତମ ସମିତି ମାଧ୍ୟମରେ ଆମେ ଗୋରୁ ପରିସ୍ରା କ୍ରୟ କରିବୁ ଏବଂ କ୍ରୟ ପାଇଁ ଗୋରୁ ମାଲିକ ଏବଂ ଚାଷୀଙ୍କୁ ଚାଳିଶ ଦିନ ଦେୟ ପ୍ରଦାନ କରାଯିବ ବୋଲି ବାଘେଲଙ୍କ ଉପଦେଷ୍ଟା ପ୍ରଦୀପ ଶ୍ରଦ୍ଧା ସ୍ପଷ୍ଟ କରିଛନ୍ତି । ୨୦ ତମ ପଶୁପାଳନ ଜନଗଣନା ଅନୁଯାୟୀ, ଛତିଶଗଡରେ ୨୦୧୯ ରେ ୨,୬୧,୫୦୩ ଗୋରୁ ଥିଲେ। ଜୁଲାଇ ୨୦୨୦ ରେ ଛତିଶଗଡରେ କଂଗ୍ରେସ ସରକାର ଏକ ଯୋଜନା ଆରମ୍ଭ କରିଥିଲେ । ଯାହା ଅଧୀନରେ ରାଜ୍ୟ ସରକାର କୃଷକମାନଙ୍କ ଠାରୁ ଗୋରୁ ଗୋବର କିଲୋଗ୍ରାମ ପିଛା ୧.୫୦ ଟଙ୍କା କ୍ରୟ କରିଥିଲେ। ସେପଟେ ପଡୋଶୀ ମଧ୍ୟପ୍ରଦେଶରେ ମଧ୍ୟ ଭାରତୀୟ ଜନତା ପାର୍ଟି ସରକାର ଏକ ସମାନ ପଥ ଅନୁସରଣ କରୁଥିବା ପରି ମନେ ହେଉଛି । ଯଦିଓ ଏହା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଏହି ଯୋଜନା ପ୍ରଣୟନ କରି ନାହିଁ। ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୋ ପାଳନର ପ୍ରୋତ୍ସାହନ ଦେବା ସହ ଗାଈ ଗୋବର ସମେତ ଏହାର ଉତ୍ପାଦର ଅର୍ଥନୈତିକ ସମ୍ଭାବନା ବିଷୟରେ ଲୋକଙ୍କୁ ଅବଗତ କରାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।