କୃଷକମାନଙ୍କ ସହ କେନ୍ଦ୍ର ସରକାର ଖେଳନ୍ତୁ ନାହିଁ, ସେମାନେ ଅତ୍ୟନ୍ତ ବିପତ୍ତଜନକ ଲୋକ: ମେଘାଳୟ ରାଜ୍ୟପାଳ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକ ପୁଣି ଥରେ କୃଷକଙ୍କ ସମସ୍ୟାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ତେବେ ରଦ୍ଦ ହୋଇଥିବା ତିନୋଟି କୃଷି ଆଇନକୁ ନେଇ ସେ ଚେତାବନୀ ଦେଇ କହିଛନ୍ତି ଯେ କେନ୍ଦ୍ର ସରକାର ଚାଷୀଙ୍କ ସହ ଖେଳିବା ଉଚିତ ନୁହେଁ, ନଚେତ ସେମାନେ ସମସ୍ତେ ସେମାନଙ୍କ ଦାବି ପୂରଣ ପାଇଁ ହିଂସାର ଶାହାରା ନେବେ । ମୋଦୀ ସରକାରଙ୍କୁ ମୋର ପରାମର୍ଶ ହେଉଛି ଯେ ଚାଷୀଙ୍କ ସହ ପଙ୍ଗା ନନିଅନ୍ତୁ । କାହିଁକିନା ସେମାନେ ଅତ୍ୟନ୍ତ ବିପତ୍ତଜନକ । ସେପଟେ ରାଜସ୍ଥାନର ଯୋଧପୁର ସହରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ ଏପରି କହିଥିବାର ଦେଖିବାକୁ ମିଳିଛି । ତାଙ୍କର ଏହି ବିବୃତ୍ତି ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କେବଳ ଏତିକି ନୁହେଁ ବରଂ କୃଷକମାନେ ଯାହା ଚାହାଁନ୍ତି ତାଙ୍କୁ ତାହା ମିଳିବ । ସେ ଲଢ଼େଇ କରି ହେଉ କିମ୍ବା ହିଂସା ମାଧ୍ୟମରେ ହେଉ ବୋଲି ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକ କହିଛନ୍ତି ।

ଏହା ସହ କୃଷକଙ୍କ ସମସ୍ୟାକୁ ଉଠାଇବା ପାଇଁ ସେ ହୁଏତ ନିଜର ପଦ ହରାଇ ପାରନ୍ତି, କିନ୍ତୁ ସ୍ୱର ଉତ୍ତୋଳନ କରିବାକୁ କିମ୍ବା ରାଜ୍ୟପାଳଙ୍କ ପଦ ଛଡ଼ାଇବାକୁ ସେ ଡରୁ ନାହାଁନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ସେପଟେ କୃଷକମାନଙ୍କୁ କେନ୍ଦ୍ର ସରକାର ଅଣଦେଖା କରିପାରିବେ ନାହିଁ । କାହିଁକିନା କୃଷକମାନେ ସେମାନଙ୍କର ଦାବିକୁ କିପରି ପୂରଣ କରିବେ ତାହା ଜାଣିଛନ୍ତି । ଯଦି ସେମାନଙ୍କୁ ଦିଆଯାଇଥିବା ସତ୍ତ୍ୱ ପୂରଣ ନହୁଏ, ତେବେ ସେମାନେ ପୁନର୍ବାର ବିରୋଧ କରିବେ ।ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କେନ୍ଦ୍ର ସହ ତାଙ୍କର କୌଣସି ଶତ୍ରୁତା ନାହିଁ। ଜାନୁଆରୀ ମାସରେ ମଲିକ ଦାବି କରିଛନ୍ତି ଯେ କୃଷକ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ଅହଂକାର କରିଛନ୍ତି। ଅନ୍ୟପଟେ ନୂତନ କୃଷି ଆଇନକୁ ନେଇ ହୋଇଥିବା ବୈଠକରେ ପ୍ରଧାନମନ୍ତ୍ରୀ ନିଜର ଅଂହକାର ଦେଖାଇଥିଲେ ବୋଲି ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts