ଟିକସ ଓ ଦର ହେରଫେର କରିବାରେ କେନ୍ଦ୍ର ସରକାର ବେଶ ପାରଙ୍ଗମ: ଶଶୀ ଥରୁର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତରେ କ୍ରମାଗତ ଭାବରେ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ କଂଗେସର ବରିଷ୍ଠ ନେତା ଶଶୀ ଥରୁର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ମାଗତ ଭାବେ ତୈଳ ଦର ବୃଦ୍ଧି ସାଧାରଣ ଜନତାଙ୍କ ଚିନ୍ତା ବଢାଇଛି। ନିର୍ବାଚନ ପରେ ତେଲ ଦର ବଢ଼ିବ ବୋଲି ଅନୁମାନ କରାଯାଉଥିଲା। ଟିକସ ଓ ଦର ହେରଫେର କରିବା ହେଉଛି ଏହି କେନ୍ଦ୍ର ସରକାର ବେଶ ପାରଙ୍ଗମ । ଯାହା ସାଧାରଣ ନାଗରିକଙ୍କ ପାଇଁ ଅପମାନ ବୋଲି ଶଶୀ ଥରୁର କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ଦର ବୃଦ୍ଧିକୁ ନେଇ ସରକାରଙ୍କୁ ଘେରିବା ପାଇଁ କଂଗ୍ରେସ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି।

କଂଗ୍ରେସ ମାର୍ଚ୍ଚ ୩୧ରୁ ଏପ୍ରିଲ ୭ଯାଏ ଦେଶବ୍ୟାପୀ ‘ଦରବୃଦ୍ଧିକୁ ନେଇ ସାରା ଭାରତରେ ପ୍ରତିବାଦ କରିବ। କଂଗ୍ରେସ ମୁଖପାତ୍ର ରଣଦୀପ ସିଂହ ସୁରଜେଓ୍ୱାଲା ପ୍ରତିବାଦ ବାବଦରେ ସୂଚନା ଦେଇଛନ୍ତି। ଅନ୍ୟପଟେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୫୦ ପଇସା ଓ ୫୫ ପଇସା ବୃଦ୍ଧି ପାଇଛି। ଚଳିତ ସପ୍ତାହରେ ଗୋଟିଏ ଦିନକୁ ଛାଡି ଦେଲେ ବାକି ଦିନରେ ତେଲ ଦର ବଢି ଚାଲିଛି । କ୍ରମାଗତ ୧୩୭ ଦିନ ପରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଗତ ୬ ଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ୫ଥର ବଢିଛି।

Related Posts