CAG ରିପୋର୍ଟ ଆମ ସଚ୍ଚୋଟତାର ବଳିଷ୍ଠ ପ୍ରମାଣ: ଅରବିନ୍ଦ କେଜ୍ରିୱାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ) : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ଦିଲ୍ଲୀ ସରକାର ଲାଭରେ ଚାଲୁଥିବା ଏକ CAG ରିପୋର୍ଟକୁ ଦର୍ଶାଇ କହିଛନ୍ତି ଯେ ଏହି ସଂଖ୍ୟା ହେଉଛି ଆମ ସରକାର ର ସଚ୍ଚୋଟତାର ସବୁଠାରୁ ବଡ ପ୍ରମାଣ।
AAP ର ସଚ୍ଚୋଟତା ବିରୋଧୀଙ୍କ ନିଦ ହଜାଇ ଦେଇଛି ବୋଲି ସେ କହିଛନ୍ତି। ମଙ୍ଗଳବାର ଦିନ ବିଧାନସଭାରେ ଆଗତ ହୋଇଥିବା କଣ୍ଟ୍ରୋଲର ଏବଂ ଅଡିଟର ଜେନେରାଲ (CAG) ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୧୫-୧୬ ରୁ ୨୦୧୯-୨୦ ପର୍ଯ୍ୟନ୍ତ ଦିଲ୍ଲୀ ସରକାରଙ୍କର ରାଜସ୍ୱ ବଳକା ରହିଛି। ଏଥିସହ ଏଥିରେ ଉଲ୍ଲେଖ କରାଯାଇଛି ଯେ ଦିଲ୍ଲୀ ସରକାର ରାଜସ୍ୱର ଅତିରିକ୍ତତା ବଜାୟ ରଖିବାରେ ସକ୍ଷମ ହୋଇଥିଲେ କାରଣ ଏହାର କର୍ମଚାରୀଙ୍କ ପେନ୍‌ସନ୍‌ ଦାୟିତ୍ବ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସର ଖର୍ଚ୍ଚ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବହନ କରିଥିଲା।

କେଜ୍ରିୱାଲ ହିନ୍ଦୀରେ ଟୁଇଟ୍ କରି କହିଛନ୍ତି, “ଏହା ହେଉଛି CAG ରିପୋର୍ଟ। AAP କ୍ଷମତାକୁ ଆସିବା ପରଠାରୁ ଦିଲ୍ଲୀ ସରକାର ଲାଭରେ ଚାଲୁଛନ୍ତି। ଏହା ହେଉଛି AAP ର ସଚ୍ଚୋଟତାର ସବୁଠାରୁ ବଡ ପ୍ରମାଣ। ଏହି ସଚ୍ଚୋଟତା ଆମର ବିରୋଧୀ ଙ୍କ ନିଦ ହଜାଇଛି।” ମାର୍ଚ୍ଚ 2020 ଶେଷ ହୋଇଥିବା ବର୍ଷ ପାଇଁ ରାଜ୍ୟ ଆର୍ଥିକ ସ୍ଥିତି ଉପରେ ଏହି CAG ରିପୋର୍ଟ ଉପ-ମୁଖ୍ୟମନ୍ତ୍ରୀ ମନୀଷ ଶିଶୋଡ଼ିଆଙ୍କ ଦ୍ୱାରା ବିଧାନସଭା ଅଧିବେଶନରେ ଉପସ୍ଥାପିତ ହୋଇଥିଲା | ରାଜ୍ୟ ଆର୍ଥିକ ସମ୍ବନ୍ଧୀୟ ଅଡିଟ୍ ରିପୋର୍ଟରେ ଦିଲ୍ଲୀର ଜାତୀୟ ରାଜଧାନୀ ଟେରିଟୋରୀ ସରକାରଙ୍କ ବାର୍ଷିକ ଆକାଉଣ୍ଟ ଏବଂ ମାର୍ଚ୍ଚ ୩୧,୨୦୨୦ ଶେଷ ହୋଇଥିବା ବର୍ଷ ପାଇଁ ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂର କାର୍ଯ୍ୟକାରିତା ଉପରେ ବିଶ୍ଳେଷଣାତ୍ମକ ସମୀକ୍ଷା ପ୍ରଦାନ କରାଯାଇଛି।

Related Posts