ଗଛରେ ପିଟି ହେଲା ବରଯାତ୍ରୀ ଗାଡି: ଚାଲିଗଲା ୨ ଜୀବନ , ୧୩ ଆହତ

ବିନିକା: ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ବଡ଼କର୍ଲେ ଗାଁ ନିକଟରେ ଘଟିଛି ଅଘଟଣ | ଦୁର୍ଘଟଣାଗସ୍ତ ହୋଇଛି ବରଯାତ୍ରୀ ଗାଡି | ଗଛରେ ପିଟି ହୋଇଛି ବରଯାତ୍ରୀ ଗାଡି | ଫଳରେ ଏହି ଦୁର୍ଘଟଣାରେ ୨ ଜଣକ ମୃତ୍ୟୁ ହୋଇଥିବା ବେଳେ ୧୩ଜଣ ଆହତ ହୋଇଛନ୍ତି |

ସୂଚନା ମୁତାବକ, ବରଗଡ଼ ଜିଲ୍ଲା ବରପାଲି ଥାନା ଗଣ୍ଠିଆପାଲି ଗାଁରୁ ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲି ଗାଁକୁ ପୁଅ ବାହାଘର ପାଇଁ ବରଯାତ୍ରୀ ସାରି ଭ୍ୟାନ୍‌ରେ ଫେରୁଥିଲେ। ଏହି ସମୟରେ ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଭ୍ୟାନଟି ବଡକର୍ଲେ ଗାଁ ନିକଟରେ ଏକ ଗଛରେ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି।

ମୃତ ବ୍ୟକ୍ତିମାନେ ହେଲେ ବରଗଡ ସଦର ଥାନା ମାଳିପାଲିର ବିରଞ୍ଚି ମଲିକ(୬୦) ଓ ବରପାଲି ଥାନା ଗ୍ରୀନଡୋଲା ଗାଁର ଜିତେନ୍ଦ୍ର ବାଗ(୨୫)। ଆତହ ବ୍ୟକ୍ତିଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏନେଇ ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଁଚି ମୃତକଙ୍କୁ ଜବତ କରିବା ସହ ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରିଛନ୍ତି |

Related Posts