ବିଜେପି ମନ୍ତ୍ରୀଙ୍କ ଅଜବ ଯୁକ୍ତି , ଦର ବୃଦ୍ଧି ପାଇଁ ମୋଦୀ ନୁହେଁ ନେହେରୁ ଦାୟୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶରେ ଦରଦାମ ଏବେ ଆକାଶ ଛୁଆଁ। ଖାଇବା ତେଲ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀର ଦରଦାମ୍ ଏବେ ହୁ ହୁ ହୋଇ ବଢୁଛି। ଠିକ୍ ଏଭଳି ଏକ ଗମ୍ଭୀର ପରିସ୍ଥିତିରେ ବିଜେପିର ଜଣେ ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ଭାଜପା ସରକାରରେ ସ୍ଵାସ୍ଥ୍ୟ ମନ୍ତ୍ରୀ ଥିବା ବିଶ୍ଵାସ ସାରଙ୍ଗ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ ଯୁକ୍ତି ବାଢିଛନ୍ତି ଯେ ଦେଶର ବିଗିଡିଥିବା ଅର୍ଥ ବ୍ୟବସ୍ଥା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନୁହେଁ ବରଂ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଦାୟୀ। ଶନିବାର ଏମିତି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ବିଜେପି ମନ୍ତ୍ରୀ। ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ ସେ ସାଂପ୍ରତିକ ଦରବୃଦ୍ଧି ପାଇଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁଙ୍କୁ ଦାୟୀ କରିଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ , ସ୍ଵାଧୀନତା ପରେ ଦେଶର ଅର୍ଥବ୍ୟବସ୍ଥାକୁ କୁଠାରଘାତ କରି ଦରଦାମ୍ ବଢାଇବାର କାମ ଯଦି କିଏ କରିଥାଏ, ସେଥିପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ହିଁ ଦାୟୀ। ସେ କହିଛନ୍ତି ଯେ ଦରଦାମ୍ କେବେବି ଦିନେ କି ଦୁଇ ଦିନରେ ବଢେ ନାହିଁ କି ଦେଶର ଅର୍ଥ ବ୍ୟବସ୍ଥା ଦିନେ ଦୁଇ ଦିନରେ ସୁଦୃଢ ହୁଏ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ୧୯୪୭ ଅଗଷ୍ଟ ୧୫ ରେ ଲାଲ କିଲ୍ଲା ପ୍ରାଚୀରରୁ ଜବାହରଲାଲ ନେହେରୁ ଯେଉଁ ଭାଷଣ ଦେଇଥିଲେ, ସେହି କାରଣରୁ ଦେଶର ଅର୍ଥବ୍ୟବସ୍ଥା ବିଗିଡିଛି ବୋଲି ଭାଜପା ମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ସାତ ବର୍ଷ ମଧ୍ୟରେ ଦେଶର ଅର୍ଥନୀତିକୁ ମଜବୁତ କରିଛନ୍ତି ବୋଲି ସାରଙ୍ଗ କହିଛନ୍ତି। କଂଗ୍ରେସ ଶାସନ ସମୟରେ ଅର୍ଥନୀତି କିଛି ଶିଳ୍ପପତିଙ୍କ ହାତରେ ଥିବାବେଳେ ଗରିବଙ୍କ କଲ୍ୟାଣ ପାଇଁ ବିଜେପି ସରକାର ଯୋଜନା ଆରମ୍ଭ କରିଛି ବୋଲି ସେ କହିଛନ୍ତି।

ସରଙ୍ଗ ଦାବି କରିଛନ୍ତି ଯେ ବିଜେପି ଶାସନ କାଳରେ ମୁଦ୍ରାସ୍ଫୀତି ହ୍ରାସ ପାଇଛି ଏବଂ ଲୋକଙ୍କ ଆୟ ବୃଦ୍ଧି ପାଇଛି। ସେ କହିଛନ୍ତି ଯେ କଂଗ୍ରେସ କର୍ମୀମାନେ ଏଥିପାଇଁ ଦଶ ଜାନପାଥ (କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ବାସଭବନ) ସମ୍ମୁଖରେ ବିରୋଧ କରିବା ଉଚିତ୍।

ରାଜ୍ୟ କଂଗ୍ରେସ ମୁଖପାତ୍ର କେ.କେ ମିଶ୍ର କହିଛନ୍ତି, “ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସରକାରର ଯୋଗ୍ୟ ମନ୍ତ୍ରୀ ବିଶ୍ୱ ସାରଙ୍ଗ 1947 ମସିହାରେ ନେହେରୁଙ୍କ ଭାଷଣକୁ ଦେଶର ମୁଦ୍ରାସ୍ଫୀତି ପାଇଁ ଦାୟୀ କରିଛନ୍ତି। କିନ୍ତୁ ସାରଙ୍ଗ ସେତେବେଳେକୁ ଜନ୍ମ ମଧ୍ୟ ହୋଇନଥିଲେ । ସେ ପ୍ରଶ୍ନ କରିଛନ୍ତି ଯେ ଜଣେ ମନ୍ତ୍ରୀ ଭାବରେ ସାରଙ୍ଗ କହିପାରିବେ କି କରୋନା ମହାମାରୀ ସମୟରେ ବେଡ୍ , ଅମ୍ଳଜାନ ଏବଂ ରିମେଡେସିଭର୍ ଇଞ୍ଜେକ୍ସନ ଅଭାବରୁ ହଜାର ହଜାର ଲୋକଙ୍କ ମୃତ୍ୟୁ ପାଇଁ ନେହେରୁ ମଧ୍ୟ ଦାୟୀ କି ?।

ଦେଶରେ ଅନେକ ବିଫଳତାର ଦୋଷ ସେ ନେହେରୁଙ୍କ ଉପରେ ଦେଇଛନ୍ତି। ଏବେ ଦରବୃଦ୍ଧିକୁ ନେଇ ଦେଇଥିବା ବିବାଦୀୟ ବୟାନ କାରଣରୁ ସେ ଟ୍ରୋଲର ଶିକାର ହୋଇଛନ୍ତି। ଆମ୍ ଆଦମୀ ପାର୍ଟିର ବିଧାୟକ ନରେଶ ବାଲିୟାନ କହିଛନ୍ତି, ଆପଣଙ୍କ ପରି ମନ୍ଦ ବୁଦ୍ଧି ଲୋକଙ୍କୁ ଧରାପୃଷ୍ଠକୁକ ଆଣିବାର ଭୁଲ ମଧ୍ୟ ନେହେରୁ କରିଥିଲେ। ଏହି ଧରଣର ମନ୍ଦବୁଦ୍ଧିର ଲୋକ ଆମ ଦେଶରେ ରାଜ କରୁଥିବା ବଲିୟାନ କହିଛନ୍ତି।

Related Posts