ଲଖିମପୁର ଖେରୀ ସମେତ ଉନ୍ନାଓ ଏବଂ ହାଥ୍ରାସରେ ମଧ୍ୟ ବାଜି ମାରିଛି ବିଜେପି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାଞ୍ଚଟି ରାଜ୍ୟର ବିଧାନସଭା ଫଳାଫଳ ସାମ୍ନାକୁ ଆସିଛି । ସେପଟେ ଉତ୍ତରପ୍ରଦେଶରେ ଭାରତୀୟ ଜନତା ପାର୍ଟି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଏହା ମଧ୍ୟରେ ଲଖିମପୁର ଖେରୀରେ ବିଜେପି ୮ଟି ସିଟିରୁ ସବୁ ସିଟରେ ବାଜି ମାରିଥିବାର ଖବର ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଚକିତ କରିଦେଇଛି । କାହିଁକିନା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଆନେ୍ଦାଳନରତ କୃଷକଙ୍କ ଉପରକୁ ଗାଡ଼ି ଚଢ଼ାଇବା ପରେ ସେଠାରେ କୃଷକମାନେ ପ୍ରଦର୍ଶନ କରିଆସୁଥିଲେ । ଏପରିକି ବିରୋଧୀ ଦଳମାନେ ମଧ୍ୟ ଏଥିରେ ହସ୍ତକ୍ଷେପ କରି ଶାସକ ବିଜେପି ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲେ ।

ଏହା ସହ ଠିକ ନିର୍ବାଚନ ପୂର୍ବରୁ ହିଁ ଆଶିଷ ମିଶ୍ରଙ୍କୁ ଜାମିନ ମିଳିବା ଘଟଣା ମଧ୍ୟ ନିଆଁରେ ଘିଅ ଢ଼ାଳିବା ସଦୃଶ ହୋଇଥିଲା । କିନ୍ତୁ ଫଳାଫଳ ସାମ୍ନାକୁ ଆସିବା ପରେ ବିରୋଧୀ ଦଳ ଚକିତ ହୋଇ ପଡ଼ିଛନ୍ତି । କେବଳ ଏତିକି ନୁହେଁ ବରଂ ଉନ୍ନାଓ ଓ ହାଥ୍ରସ ଭଳି ସ୍ଥାନ ମଧ୍ୟ ବିଜେପି ଜିତିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts