ଭୁବନେଶ୍ବର ସବ୍‌କଲେକ୍ଟର ଅଫିସ ଓ ତହସିଲ ଅଫିସ ୫ ଦିନ ବନ୍ଦ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଭୁବନେଶ୍ୱର ସବ୍‌-କଲେକ୍ଟର ଅଫିସ୍‌ ଓ ତହସିଲ ଅଫିସ୍‌କୁ ୫ ଦିନ ପାଇଁ ବନ୍ଦ କରାଯାଇଛି। ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ଓ ତହସିଲ କାର୍ଯ୍ୟାଳୟରେ କିଛି କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଉଭୟ କାର୍ଯ୍ୟାଳୟକୁ ସିଲ୍ କରି ଦିଆଯାଇଛି। ସବ୍‌-କଲେକ୍ଟରଙ୍କ ଅଫିସ୍‌ରୁ ତିନି ଜଣ ଆସିଷ୍ଟାଣ୍ଟ କଲେକ୍ଟର ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ତହସିଲ ଅଫିସ୍‌ରୁ ୨ ଜଣ ଅତିରିକ୍ତ ତହସିଲଦାର ପଜିଟିଭ୍ ଚିହ୍ନଟ ହୋଇଛନ୍ତି। 

ଏହାପରେ କର୍ତ୍ତୃପକ୍ଷ ଦୁଇଟିଯାକ କାର୍ଯ୍ୟାଳୟକୁ ଚଳିତ ମାସ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସମୟ ମଧ୍ୟରେ ଦୁଇଟି କାର୍ଯ୍ୟାଳୟକୁ ବିଶୋଧନ କରାଯିବା ପରେ ତାହା ଖୋଲିବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୬ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବର୍ଗର। ସେହିପରି ଏହି ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୧ ଜଣ ଅଛନ୍ତି।

Related Posts