ନବନୀତ ରାଣା ଓ ତାଙ୍କ ସ୍ୱାମୀଙ୍କ ଜାମିନ ଆବଦେନର ଶୁଣାଣି ଏପ୍ରିଲ ୩୦ ପର୍ଯ୍ୟନ୍ତ ଘୁଞ୍ଚିଲା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନବନୀତ ରାଣା ଓ ତାଙ୍କ ସ୍ୱାମୀଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀ ବାହାରେ ହନଚମାନ ଚାଳିସା ପାଠ ଅଭିଯୋଗରେ ନବନୀତ ରାଣା ଓ ତାଙ୍କ ସ୍ୱାମୀ ଗିରଫ ହୋଇଛନ୍ତି । ଏହା ମଧ୍ୟରେ ଉଭୟଙ୍କର ଆବଦେନର ଶୁଣାଣିକୁ ସ୍ଥଗିତ ରଖିାଯାଇଛି । ସେପଟେ ଆସନ୍ତା କାଲି ମୁମ୍ବାଇର ସେସନ୍ସ କୋର୍ଟ ତାଙ୍କ ଆବେଦନର ଶୁଣାଣି କରିବେ ।

ସେସନ୍ସ କୋର୍ଟ ଏପ୍ରିଲ ୩୦ ତାରିଖରେ ଅପରାହ୍ନ ୨.୪୫ରେ ରାଣା ଦମ୍ପତ୍ତିଙ୍କ ଜାମିନ ଆବେଦନକୁ ଶୁଣାଣି କରିବେ । ସରକାରୀ ଓକିଲ ପ୍ରଦୀପ ଘରାତ କହିଛନ୍ତି ଯେ ମୁମ୍ବାଇ ପୁଲିସ ଏହାର ଉତ୍ତର କୋର୍ଟରେ ଦାଖଲ କରିଛି । ଏଥିରେ ନବନୀତ ରାଣା ଓ ବିଧାୟକ ରବି ରାଣାଙ୍କୁ ଜାମିନ ନ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts