ନିଲାମ ହେଲା ବିଶ୍ବର ସବୁଠୁ ବଡ ଧଳା ହୀରା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିଲାମ ହେଲା ବିଶ୍ବର ସବୁଠୁ ବଡ ଧଳା ହୀରା । ତେବେ ବିଶ୍ବର ସବୁଠୁ ବଡ ଧଳା ହୀରା ‘ଦି ରକ୍’କୁ ୧ ଅରବ ୬୯ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ଏଥିରୁ ଅନୁମାନ କରିପାରୁଥିବେ ଯେ ଲୋକମାନେ ହୀରା କିଣିବାକୁ କେତେ ଉତ୍ସାହିତ ଅଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, ଏହି ହୀରାର ଓଜନ ୨୨୮.୩୧ କ୍ୟାରେଟ୍ । ତେବେ ହୀରା କିଏ କିଣିଛି ସେ ସମ୍ପର୍କରେ ଆୟୋଜକଙ୍କ ତରଫରୁ ସୂଚନା ଦିଆଯାଇନାହିଁ । ନିଲାମରେ ୫ ଜଣ ଲୋକ ଅଂଶଗ୍ରହଣ କରିଥିଲେ ବୋଲି କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩ଜଣ ଆମେରିକାର ଥିବାବେଳେ ୨ଜଣ ମଧ୍ୟ ମିଡିଲ ଇଷ୍ଟର ଥିଲେ ।

ସୁରକ୍ଷା ଦୃଷ୍ଟିରୁ ଏମାନଙ୍କ ପରିଚୟ ପ୍ରଦାନ କରାଯାଇନାହିଁ । ସୂଚନାଯୋଗ୍ୟ ଯେ, ଏହି ହୀରା ୨୦୦୦ ଦଶକ ଆରମ୍ଭରୁ ଖନନ ବେଳେ ବାହାରିଥିଲା । ଏହାକୁ ପ୍ରଥମେ ଜଣେ ଅଳଙ୍କାର ସଂଗ୍ରହକାରୀ କିଣିଥିଲେ । ପରେ ସେ ଏହାକୁ ହାର ତିଆରିରେ ବ୍ୟବହାର କରିଥିଲେ । ଏବେ ୮ ବର୍ଷ ପରେ ସେ ଏହାକୁ ବିକ୍ରି କରିଛନ୍ତି । କୁହାଯାଉଛି ଯେ, ଏହି ହୀରା ଦୁର୍ଲଭ । ଏଥିପାଇଁ ଏହାର ବହୁତ ଚାହିଦା ରହିଛି । ଏହି ହୀରା ପ୍ରଥମେ ନ୍ୟୁୟର୍କରେ ପ୍ରଦର୍ଶିତ ହୋଇଥିଲା ।

Related Posts