ବଢ଼ିଲା ସ୍ବତନ୍ତ୍ର ଓଜେଇଇ ପାଇଁ ଆବେଦନ ଅବଧି, ଅଗଷ୍ଟ ୧୪ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ କରିପାରିବେ ଆବେଦନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସ୍ବତନ୍ତ୍ର ଓଜେଇଇ ପାଇଁ ବଢିଲା ଆବେଦନ ଅବଧି ।ଅଗଷ୍ଟ ୧ରୁ ଆରମ୍ଭ ହୋଇଥିବା ଆବେଦନ ପ୍ରକ୍ରିୟା ଆଜି ଶେଷ ହେଉଥିଲା ।ମାତ୍ର ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆବେଦନ ସମୟ ସୀମାକୁ ଅଗଷ୍ଟ ୧୪ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ନାମଲେଖା ପାଇଁ ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ସ୍ବତନ୍ତ୍ର ଓଜେଇଇ ପରୀକ୍ଷ କରାଯିବା ନେଇ ସୂଚନା ମିଳିଛି। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ ମାଧ୍ୟମରେ ହେବାକୁ ଥିବା ଏହି ପରୀକ୍ଷାର ଆବେଦନ ସମୟ ସୀମାକୁ ବୃଦ୍ଧି କରାଯାଇଛି । ତେବେ ଆଗ୍ରହୀ ଛାତ୍ରଛାତ୍ରୀ ମାନେ ଓଜେଇଇ ୱେବସାଇଟ www.ojee.nic.in ମାଧ୍ୟମରେ ଏଥିପାଇଁ ଆବେଦନ କରିପାରିବେ । ଫି’ ଦାଖଲ କରିବାର ଶେଷ ଅବଧିକୁ ଅଗଷ୍ଟ ୧୬ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଫର୍ମ ପୂରଣ କରିବା ପୂର୍ବରୁ ଇନ୍‌ଫର୍ମେସନ୍‌ ବ୍ରୋସିୟର୍‌କୁ ଭଲ ଭାବେ ପଢ଼ିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛି ଓଜେଇଇ ।

Related Posts