ଦୁଇମାସ ତଳେ ଘୁଷୁରୀ ହୃତପିଣ୍ଡକୁ ଧାରଣ କରିଥିବା ଡାଭିଡ ବେନେଟଙ୍କର ପରଲୋକ

ଆଖିବୁଝିଲେ ଗତ ଦୁଇମାସ ତଳେ ଘୁଷୁରୀ ହୃତପିଣ୍ଡ ଧାରଣ କରିଥିବା ଡାଭିଡ ବେନେଟଙ୍କର | ଡାଭିଡ ବେନେଟ ଟର୍ମିନାଲ ହୃଦରୋଗରେ ଆକ୍ରାନ୍ତ ଥିଲେ । ପରେ ତାଙ୍କ ହୃତପିଣ୍ଡର ଗୁଣସୂତ୍ରକୁ ପରୀକ୍ଷା କରାଯିବା ପରେ ଏକ ଘୁଷୁରୀରର ହୃତପିଣ୍ଡକୁ ତାଙ୍କ ଠାରେ ପ୍ରତିରୋପଣ କରାଯାଇଥିଲା । ଏହି ବିରଳ ଅସ୍ତ୍ରୋପଚାର ପାଇଁ ଗତବର୍ଷ ଡିସେମ୍ବର ମାସରେ ଆମେରିକା ଖାଦ୍ୟ ଓ ଔଷଧ ପ୍ରଶାସନ ଏହି ଅସ୍ତ୍ରୋପଚାର ପାଇଁ ଅନୁମତି ଦେଇଥିଲା ।

ଅସ୍ତ୍ରୋପଚାର ପରେ ସେ ସୁସ୍ଥ ଥିଲେ । ଯଦିଓ ହସ୍ପିଟାଲରେ ହିଁ ତାଙ୍କୁ ରଖାଯାଇଥିଲା । ହେଲେ ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥାବସ୍ଥାରେ ଅବନତି ପରିଲକ୍ଷିତ ହୋଇଥିଲା । ଶେଷରେ ମଙ୍ଗଳବାର ତାଙ୍କ ଦେହାନ୍ତ ହୋଇଛି ।

ବେନେଟଙ୍କଠାରେ ଘୁଷୁରୀ ହୃତପିଣ୍ଡ ପ୍ରତିରୋପଣ ପ୍ରାଥମିକ ସ୍ତରରେ ସଫଳ ହୋଇଥିଲା । ଜାନୁଆରୀ ୭ ତାରିଖରେ ହୋଇଥିବା ଏହି ଅସ୍ତ୍ରୋପଚାର ସାରା ଚିକିତ୍ସା କ୍ଷେତ୍ରରେ ଏକ ବିସ୍ମୟ ଥିଲା ।

Related Posts