ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଯୋଡ଼ାରେ ଥମୁନି ଉତ୍ତେଜନା । ତେବେ ରାମ ନବମୀ ଝଣ୍ଡା ଶୋଭାଯାତ୍ରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉପୁଜିଥିବା ବିବାଦ ଥମିବାରେ ନାଁ ନେଉନି । ରାମନବମୀ ଦିନ ଯୋଡ଼ାରେ ପରିସ୍ଥିତି ଅଣାୟତ୍ତ୍ୱ ହେବାରୁ ସେଠାରେ ୧୪୪ ଜାରି କରାଯାଇଥିଲା । ଏହା ପରେ ପରିସ୍ଥିତି ଆୟତ୍ତ୍ୱରେ ଆସିଥିଲା । ହେଲେ ଗତକାଲି ବିଳମ୍ବିତ ରାତିରେ ପୁଣିଥରେ ଯୋଡ଼ାରେ ପରିସ୍ଥିତି ଅଣାୟତ୍ତ ହୋଇଛି । ଯୋଡ଼ାରେ ପରିସ୍ଥିତି ଅଣାୟତ୍ତ ହୋଇଛି । ସେପଟେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗିରହିଥିବା ବେଳେ ପୁଲିସ, ଦମକଳ ବାହିନୀର ଗାଡି ଭଙ୍ଗାରୁଜା ହୋଇଥିବା ସୂଚନା ରହିଛି । ପରିସ୍ଥିତିକୁ ଦେଖି ଆଜି ସକାଳୁ ସହରସାରା ପୁଲିସ ଛାଉଣୀ ହୋଇଯାଇଛି ।
୧୪୪ଧାରା ଜାରି ରହିଥିବାବେଳେ ସ୍କୁଲ ,କଲେଜ, ଦୋକାନ ବଜାର ବନ୍ଦ ରହିଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ୧୪ ପ୍ଲାଟୁନ ପୁଲିସ ଫୋର୍ସରୁ ୧୬ ପ୍ଲାଟୁନ ପୁଲିସ ଫୋର୍ସକୁ ବୃଦ୍ଧି କରାଯାଇଛି । ତେବେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସହରରେ ବ୍ୟାପକ ପୁଲିସ ମୁତୟନ କରାଯିବା ସହିତ ଯୋଡ଼ା ସହରରେ ଆସନ୍ତାକାଲି ଦିନ ୧୦ଟା ପର୍ୟ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ ବୋଲି ପ୍ରଶାସନ ଘୋଷଣା କରିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।