ପୋଲିସ କ୍ୟାମ୍ପ ଉପରକୁ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ

ଅନନ୍ତନାଗ: ଅନନ୍ତନାଗ ଜିଲ୍ଲାର ବିଜଭାରର ପଦସାହି ବାଗ ଅଞ୍ଚଳରେ ପୋଲିସ କ୍ୟାମ୍ପ ଉପରକୁ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ । ତେବେ ଏହି ଘଟଣାରେ କେହି ଆହତ କି ମୃତାହତ ହୋଇନଥିବା ଜମ୍ମୁକାଶ୍ମୀର ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଅନନ୍ତନାଗ ଜିଲ୍ଲାର ବିଜଭାରର ପଦସାହି ବାଗ ଅଞ୍ଚଳରେ ଗ୍ରେନେଡ ମାଡ କରିଥିଲେ ଆତଙ୍କବାଦୀ ।

ସୂଚନାଯୋଗ୍ୟ, ଗତକାଲି ଆଉ ଏକ ଘଟଣାରେ ଅଓ୍ବନ୍ତିପୁରରୁ LeTର ଜଣେ ଆତଙ୍କବାଦୀ ଓ ତାର ସହଯୋଗୀକୁ ସୁରକ୍ଷା ବାହିନୀ ଗିରଫ କରିଥିଲା । ପୋଲିସ ଓ ସୁରକ୍ଷାବଳର ସୂଚନା ଅନୁଯାୟୀ ଉକ୍ତ ୨ଜଣ ସାଧାରଣ ନାଗରିକଙ୍କୁ ଆକ୍ରମଣ କରିବାକୁ ଆସିଥିବାବେଳେ ତାଙ୍କୁ ଗିରଫ କରାଯାଇ ଏକ ବନ୍ଧୁକ ଓ ଗୋଳାବାରୁଦ ଜବତ କରାଯାଇଛି ।ତେବେ ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କୁ ଆକ୍ରମଣ ପରେ ଆତଙ୍କବାଦୀରେ ନିଯୁକ୍ତ ପାଇଁ କୁହାଯାଇଥିଲା । ଏହି ୨ଜଣଙ୍କ ଗିରଫ ପରେ ଏକ ବଡ ଧରଣଆତଙ୍କୀ ଆକ୍ରମଣ ଟଳିଯାଇଛି ।

Related Posts