୨୩ ତାରିଖରୁ ରାଜଧାନୀରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

temple city

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଆସନ୍ତା ୨୩ ତାରିଖରୁ ରାଜଧାନୀରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । ଏ ନେଇ ବିଏମସି ପକ୍ଷରୁ ସମସ୍ତ ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରାଯାଇଛି । ଆଲୋଚନା ପରେ ଧର୍ମାନୁଷ୍ଠାନ ଖୋଲିବା ନେଇ ବିଏମସି କମିଶନର ସଞ୍ଜୟ ସିଂହ ସୂଚନା ଦେଇଛନ୍ତି । କୋଭିଡ୍ ସଂକ୍ରମଣ ଯୋଗୁଁ ଦୀର୍ଘ ୩ ମାସ ହେଲା ବନ୍ଦ ରହିଛି ସମସ୍ତ ମନ୍ଦିର ।

ତେବେ ଅଗଷ୍ଟ ଗାଇଡ୍ ଲାଇନ୍ ରେ ସରକାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ଅନୁମତି ପ୍ରଦାନ କରିଥିଲେ । ବର୍ତ୍ତମାନ ରାଜଧାନୀର ଧର୍ମାନୁଷ୍ଠାନ ଧିରେ ଧିରେ ଖୋଲିବାରେ ଲାଗିଛି । ଏହା ପୂର୍ବରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ଉଦ୍ୟାଦ ଏବଂ କୋଣାର୍କ ଖୋଲା ଯାଇଥିଲା । ଦୀର୍ଘ ଦିନ ପରେ ଏସବୁ ଖୋଲାଯାଇଥିବାରୁ ପ୍ରଥମ ଦିନରେ ହିଁ ପର୍ଯ୍ୟଟକଙ୍କ ଭିଡ ଅଧିକ ହୋଇଥିଲା ।

ସେହିପରି ଚଳିତ ମାସ ୧୬ ତାରିଖରୁ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଖୋଲିବା ପାଇଁ ଯାଉଛି । ଏହା ପରେ ଭକ୍ତ ପ୍ରଭୁଙ୍କୁ ଦେଖିବାର ସୌଭାଗ୍ୟ ପାଇପାରିବେ । ଅନ୍ୟପଟେ ରାଜ୍ୟରେ କରୋନା ସଂକ୍ରମଣ କମ ହେବାରେ ଲାଗିଛି । ତେଣୁ ଅଗଷ୍ଟ ମଙ୍କସର ଗାଇଡ ଲାଇନରେ ବିଭିନ୍ନ ମନ୍ଦିର ଓ ପର୍ଯ୍ୟଟକସ୍ଥଳୀ ମାନଙ୍କୁ ଖୋଲିବା ପାଇଁ ଅନୁମତି ମିଳୁଛି ।

Related Posts