ତେଜୁଛି ସୀମା ବିବାଦ: ଆସାମ ସିଏମ୍ ହିମନ୍ତ ବିଶ୍ବ ଶର୍ମାଙ୍କ ସମେତ ୬ ବରିଷ୍ଠ ଅଧିକାରୀଙ୍କ ନାଁରେ ‘ଏଫ୍‌ଆଇର୍‌’ ଦେଲା ମିଜୋରାମ ପୁଲିସ

(ସତ୍ୟପାଠ ବ୍ୟୁରେ) ଭୁବନେଶ୍ୱର: ଦୁଇ ଉତ୍ତରପୂର୍ବ ରାଜ୍ୟ (ଆସାମ ଏବଂ ମିଜୋରାମ) ମଧ୍ୟରେ ଦେଖାଦେଇଥିବା ସୀମା ବିବାଦ ଦିନକୁ ଦିନ ଉଗ୍ର ରୂପ ନେଉଛି। ଶୁକ୍ରବାର ଦିନ ମିଜୋରାମ ପୁଲିସ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ନାଁରେ ‘ଏଫ୍‌ଆଇଆର୍‌’ ଫାଇଲ୍‌ କରିଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ପ୍ରଶାସନର ୬ଜଣ ବରିଷ୍ଠ ଅଧିକାରୀ ଏବଂ ୨୦୦ ଜଣ ଅଜ୍ଞାତ ପୁଲିସ କର୍ମଚାରୀଙ୍କ ନାଁରେ ମଧ୍ୟ ମାମଲା ଦାୟର କରାଯାଇଛି।

ଯେଉଁ ପୋଲିସ୍ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ସେମାନଙ୍କ ମଧ୍ୟରେ ଜଣେ ଇନ୍ସପେକ୍ଟର ଜେନେରାଲ୍ (ଆଇଜି), ଡେପୁଟି ଇନ୍ସପେକ୍ଟର ଜେନେରାଲ୍ (ଡିଜି) ଏବଂ ଜଣେ ଅଧୀକ୍ଷକ (ଏସପି) ଅଛନ୍ତି। ଏମାନଙ୍କ ବ୍ୟତୀତ କଛାର ଜିଲ୍ଲା ଡେପୁଟି କମିସନର୍‌ଙ୍କୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି।

ଆସାମର କଛାର ସୀମାବର୍ତ୍ତୀ ମିଜୋରାମର କୋଲାସିବ ଜିଲ୍ଲା ଅନ୍ତର୍ଗତ ବୈରେଙ୍ଗ୍‌ତେ ପୋଲିସ ଷ୍ଟେସନରେ ଏହି ମାମଲା ରୁଜୁ ହୋଇଛି। ଏହାପୂର୍ବରୁ ଆସାମ ପୋଲିସ ମିଜୋରାମର ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସମନ ଜାରି କରିଥିଲା। ଏଥିପାଇଁ ଆସାମ ପୋଲିସ ନୂଆଦିଲ୍ଲୀରେ ସାଂସଦଙ୍କ ବାସଭବନରେ ମଧ୍ୟ ପହଞ୍ଚିଥିଲା।

‘ଏଫ୍‌ଆଇଆର୍‌’ରେ ଉଲ୍ଲେଖ କରାଯାଇଛି ଯେ, ” ସ୍ବଳ୍ପସଂଖ୍ୟକ ପୁଲିସ ଥିବାରୁ ନିଜର କ୍ୟାମ୍ପ୍‌ ସୁରକ୍ଷିତ ରଖିବା‌ ଉଦ୍ୟମ ବୃଥା ହୋଇଥିଲା। ଘଟଣା ସଂକ୍ରାନ୍ତରେ ଜାଣିବା ପରେ କୋଲାସିବ ଏସ୍‌ପି ଏବଂ ତାଙ୍କ ଦଳ ତୁରନ୍ତ ଘଟଣାସ୍ଥଳକୁ ଆସି ଆସାମ ପୁଲିସ ସହ ଆପୋସ ବୁଝାମଣା କରିବା ପାଇଁ ଯଥା ସମ୍ଭବ ଉଦ୍ୟମ କରିଥିଲେ। ସେମାନେ କିନ୍ତୁ, ବୁଝିବାକୁ ନାରାଜ ଥିଲେ ।

ସେମାନେ ଜବରଦସ୍ତି କୋଲାସିବ ଏସ୍‌ପିଙ୍କୁ କହିଲେ ଯେ, ସମ୍ପୃକ୍ତ ଅଞ୍ଚଳ ଆସାମର ପରିସୀମା ମଧ୍ୟରେ ପଡୁଛି। ତେଣୁ, ସ୍ବୟଂ ଆସାମର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁଯାୟୀ ସେଠାରେ କ୍ୟାମ୍ପ୍‌ଟିଏ ବସାଇବା ସେମାନଙ୍କର ଉଦ୍ଦେଶ୍ୟ। ବର୍ତ୍ତମାନ ମିଜୋରାମରୁ ଆସାମକୁ ପ୍ରବେଶ କରୁଥିବା ସମସ୍ତ ଯାନ ଯାଞ୍ଚ କରାଯିବ। ଏହାକୁ ନେଇ ଲୋକମାନେ ସୋସିଆଲ ମିଡିଆରେ ଉଦବେଗ ପ୍ରକାଶ କରିଛନ୍ତି।

ଦଶନ୍ଧି ଧରି ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ ରହିଆସିଛି, କିନ୍ତୁ ଏହି ସପ୍ତାହରେ ଆରମ୍ଭ ହୋଇଥିବା ବିବାଦ ଏକ ନୂଆ ରୂପ ନେଇଛି। ସୋମବାର ଏହି ଦୁଇ ଜିଲ୍ଲା ମଧ୍ୟରେ ସୀମାବର୍ତ୍ତୀ ଅଞ୍ଚଳରେ ହିଂସାକାଣ୍ଡ ଘଟିଥିଲା ​​ଯେଉଁଥିରେ ୬ ଜଣ ଆସାମ ପୋଲିସର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ। ଉଭୟ ପକ୍ଷ ପରସ୍ପରକୁ ହିଂସା ପାଇଁ ଦାୟୀ କରିଥିଲେ।

ପ୍ରକାଶ ଥାଉକି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିବା ପରେ ବର୍ତ୍ତମାନ ହିଂସା ପ୍ରଭାବିତ ଅଞ୍ଚଳ ଶାନ୍ତ ରହିଛି। ବର୍ତ୍ତମାନ ସୀମାରେ ସିଆରପିଏଫ୍ ଯବାନ ମୁତୟନ ଅଛନ୍ତି।

‘ଏଫ୍‌ଆଇଆର୍‌’ରେ ଉଲ୍ଲେଖ ଅଛି ଯେ, ସ୍ବଳ୍ପସଂଖ୍ୟକ ପୁଲିସ ଥିବାରୁ ନିଜର ଛାଉଣି (କ୍ୟାମ୍ପ୍‌) ସୁରକ୍ଷିତ ରଖିବା‌ ଉଦ୍ୟମ ବୃଥା ହୋଇଥିଲା। ଘଟଣା ସଂକ୍ରାନ୍ତରେ ଜାଣିବା ପରେ କୋଲାସିବ ଏସ୍‌ପି ଏବଂ ତାଙ୍କ ଦଳ ତୁରନ୍ତ ଘଟଣାସ୍ଥଳକୁ ଆସି ଆସାମ ପୁଲିସ ସହ ଆପୋସ ବୁଝାମଣା କରିବା ପାଇଁ ପାରୁପର୍ଯ୍ୟନ୍ତ ଉଦ୍ୟମ କରିଥିଲେ। ସେମାନେ କିନ୍ତୁ, ଯୁକ୍ତି ଶୁଣିବାକୁ ପ୍ରସ୍ତୁତ ନ ଥିଲେ ବରଂ ଜବରଦସ୍ତି କୋଲାସିବ ଏସ୍‌ପିଙ୍କୁ କହିଲେ ଯେ, ସମ୍ପୃକ୍ତ ଅଞ୍ଚଳ ଆସାମର ପରିସୀମା ମଧ୍ୟରେ ପଡୁଛି। ତେଣୁ, ସ୍ବୟଂ ଆସାମର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁଯାୟୀ ସେଠାରେ କ୍ୟାମ୍ପ୍‌ଟିଏ ବସାଇବା ସେମାନଙ୍କର ଉଦ୍ଦେଶ୍ୟ।

Related Posts