ଶିକ୍ଷକ ନିଯୁକ୍ତି ଘୋଟାଲା ; ବୋର୍ଡ ଦାୟିତ୍ୱରେ ଥିବା ୯ ଆଇଏଏସ୍ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ତାମିଲନାଡୁ ସୂଚନା କମିଶନରଙ୍କ ସୁପାରିଶ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ତାମିଲନାଡୁ ସୂଚନା ଆୟୋଗ ରାଜ୍ୟର ନଅ ଜଣ ଆଇଏସ୍ ଅଧିକାରୀଙ୍କୁ “ବାଧ୍ୟତାମୂଳକ ଅବସର” ପାଇଁ ସୁପାରିଶ କରିଛନ୍ତି। ୨୦୧୧ ଜୁନ୍ ମାସରୁ ୨୦୨୦ ଅକ୍ଟୋବର ମାସ ମଧ୍ୟରେ ଶିକ୍ଷକ ନିଯୁକ୍ତି ବୋର୍ଡର ଚେୟାରମ୍ୟାନ୍ ଭାବେ ନିଯୁକ୍ତ ଥିବା ଆଇଏଏସ୍ ଅଧିକାରୀଙ୍କୁ “ବାଧ୍ୟତାମୂଳକ ଅବସର” ପାଇଁ ସୁପାରିଶ କରିଛନ୍ତି (୯ଜଣ ଅଧିକାରୀଙ୍କ ମଧ୍ୟରେ ଅନେକ ସେବାରୁ ଅବସର ନେଇସାରିଛନ୍ତି)।

ଶିକ୍ଷକ ନିଯୁକ୍ତି ବୋର୍ଡ (TRB) ର ଚେୟାରମ୍ୟାନ୍ ଭାବେ କାର୍ଯ୍ୟ କରୁଥିବା ସମୟରେ ଏହି ନଅ ଜଣ ଅଧିକାରୀଙ୍କ Annual Confidential ରିପୋର୍ଟ ଗୁଡ଼ିକୁ ବିଚାରକୁ ନେବା ପାଇଁ ରାଜ୍ୟ ସୂଚନା କମିଶନର ଏସ ମୁଥୁରାଜ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କହିଛନ୍ତି । ସେ କହିଛନ୍ତି ଯେ, ଏହି ଅଧିକାରୀମାନେ ଟିଆରବି ମୁଖ୍ୟ ଥିବା ସମୟରେ ସେମାନଙ୍କର ଉତ୍ତରଦାୟିତ୍ୱ ସଠିକ୍ ଭାବେ ତୁଲାଇନଥିଲେ। ଏମିତିକି ସେମାନଙ୍କ କାର୍ଯ୍ୟକାଳ ସମୟରେ ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ନିଶ୍ଚିତ କରିବାରେ ସେମାନେ ବିଫଳ ହୋଇଛନ୍ତି। ତେଣୁ ସେମାନଙ୍କ ବିରୋଧରେ ନିୟମ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ବିଭିନ୍ନ ସମୟରେ ଟିଆରବି ଦ୍ୱାରା ପରିଚାଳିତ ପ୍ରତିଯୋଗୀତା ମୂଳକ ପରୀକ୍ଷା ମାଧ୍ୟମରେ ଶିକ୍ଷକ / ସହକାରୀ ପ୍ରଫେସର ନିଯୁକ୍ତି କ୍ଷେତ୍ରରେ ବିଭିନ୍ନ ଅନିୟମିତତା ଖବର ସାମ୍ନାକୁ ଆସିଥିଲା। ଯେଉଁ ପରୀକ୍ଷାର୍ଥୀ ମାନେ TNIC ଙ୍କ ଦ୍ୱାରସ୍ଥ ହୋଇଥିଲେ , ସେମାନେ ଅଭିଯୋଗ କରିଛନ୍ତି ଯେ multiple choice ପ୍ରଶ୍ନର ସଠିକ୍ ଉତ୍ତର ଦେଇଥିଲେ ମଧ୍ୟ ସେମାନଙ୍କୁ ମାର୍କ ମିଳି ନଥିଲା ଯାହାଦ୍ୱାରା ସେମାନେ ଚାକିରିରୁ ବଞ୍ଚିତ ଥିବା କହିଥିଲେ। 

ଉକ୍ତ ଅଧିକାରୀ ମାନଙ୍କ ଉତ୍ତରଦାୟିତ୍ୱ ଏବଂ ପରୀକ୍ଷାରେ ସ୍ୱଚ୍ଛତାର ଅଭାବରୁ ପ୍ରତିଯୋଗିତାମୂଳକ ପରୀକ୍ଷା, ବିଶେଷକରି ଟିଆରବିରେ ସମାନ ତ୍ରୁଟି ପୁନରାବୃତ୍ତି ହେବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମୁଥୁରାଜ କହିଛନ୍ତି। ଏହା ସହ ଅଭିଯୋଗକାରୀଙ୍କ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବା ପାଇଁ ସୂଚନା ଆୟୋଗ କମିଶନର ଟିଆରବି ଚେୟାରମ୍ୟାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସଠିକ୍ ଉତ୍ତର ଦେଇଥିବା ସତ୍ତ୍ୱେ ସେମାନଙ୍କୁ କାହିଁକି ମାର୍କ ଦିଆଯାଇନଥିଲା ଏବଂ answer key ଯାଞ୍ଚ କରି ଥିଲେ। 

ସେ କହିଛନ୍ତି ଯେ ଟିଆରବି ଅଧିକାରୀମାନେ କୋର୍ଟ ଏବଂ ଟିଏନଆଇସି ନିର୍ଦ୍ଦେଶ ସତ୍ତ୍ୱେ ଏହି ସମସ୍ୟାର ସମାଧାନ କରିବାରେ ବିଫଳ ହୋଇନାହାଁନ୍ତି ବରଂ ଭବିଷ୍ୟତରେ ଏପରି ଅନିୟମିତତାର ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ମଧ୍ୟ କୌଣସି ଠୋସ୍ ପଦକ୍ଷେପ ନେଇନାହାଁନ୍ତି। 

ସୂଚନା ଅଧିକାର ଅଧିନିୟମ, 2005 ଅନୁଯାୟୀ ବିଭିନ୍ନ ନିୟମ ପ୍ରଣୟନ କରି ଶ୍ରୀ ମୁଥୁରାଜ ଆଇଏଏସ ଅଧିକାରୀଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ଅବହେଳା ବିଷୟରେ ଉଲ୍ଲେଖ କରିବା ପରେ ତାମିଲନାଡୁର ମୁଖ୍ୟ ସଚିବଙ୍କୁ ଚିଠି ଲେଖି ସେମାନଙ୍କୁ “ବାଧ୍ୟତାମୂଳକ ଅବସର” ଦେବାକୁ ପରାମର୍ଶ ଦେଇଥିଲେ।

Related Posts