ଚା, ଜୁସ, ଫଳ ଏବଂ ଗୋଟିଏ ରୋଟି; ପଟିଆଲା ଜେଲରେ ସିଦ୍ଧୁଙ୍କ ଡାଏଟ ପ୍ଲାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ରୋଡ ରେଜ ମାମଲାରେ ବର୍ତ୍ତମାନ ଜେଲରେ ଅଛନ୍ତି । ଏହା ମଧ୍ୟରେ ଜେଲରେ ସିଦ୍ଧୁଙ୍କର ବଦଳି ଯାଇଛି ଟାଇଟ ପ୍ଲାନ । ଯଦିଓ ଏବେ ସେ ଜେଲର ରୁଟି ନଖାଇ ସେଠାକାର କ୍ୟାଣ୍ଟିନରେ ମିଳୁଥିବା ଖାଦ୍ୟ କିଣି ଖାଉଛନ୍ତି ତଥାପି ତାଙ୍କ ଡାଏଟ ଚାଟ ବି ପ୍ରସ୍ତୁତ ରହିଛି । ସକାଳେ ସେ ୧ ଗ୍ଲାସ ନଡ଼ିଆ ପାଣି କିମ୍ବା ଏକ କପ ଗୋଲମରିଚ ପକା ଚା ପିଇବେ ।

ଜଳଖିଆରେ ଏକ କପ କମ ଚର୍ବିଯୁକ୍ତ କ୍ଷୀର, ୧ ଚାମଚ ଫ୍ଲାକ ବା ଚିଆ ମଞ୍ଜି, ୫-୬ଟି ବାଦାମ, ଗୋଟିଏ ଅଖରୋଟ, ତାପରେ ଲାଉ ବା ଆଲୋଭେରା ଜୁସ ଏକ ଗ୍ଳାସ ପିଇବେ । ଜୁସ ବଦଳରେ ପିଜୁଳି. କିୱି ବା ଷ୍ଟ୍ରବେରୀ ଖାଇପାରିବେ । ସେହିପରି ମଧ୍ୟାହ୍ନ ଭୋଜନରେ ବାଜରା ବା ମାଣ୍ଡିଆ ଅଟାର ରୁଟି ଗୋଟିଏ, ସାଲାଡ ୧ ଗିନା ଓ ଲାଉ ରାଇ ଖାଇବେ । ସନ୍ଧ୍ୟାରେ କମ ଚର୍ବିଥିବା କ୍ଷୀରର ଚା ଓ ଛୋଟ ଖଣ୍ଡେ ପନିର । ସେମିତି ରାତ୍ରି ଭୋଜନରେ ମିକ୍ସ ସବଜି ଓ ଡାଲି ସୁ ଓ ସାଲାଡ ଖାଇବେ । ଏବେ କ୍ରିକେଟର, କମେଣ୍ଟେଟର ସିଦ୍ଧୁ ଜେଲର କିରାଣି ହୋଇଯାଇଛନ୍ତି ।

Related Posts