ଆଫଗାନିସ୍ତାରେ ସରକାର ଗଠନ କରିବା ପାଇଁ ସଜବାଜ ହେଉଛି ତାଲିବାନ; ଏନେଇ ପୂର୍ବତନ ରାଷ୍ଟ୍ରପତି କରଜାଇଙ୍କ ସହ କଲା ବୈଠକ

taliban

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ତାଲିବାନ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିବା ପରେ ରାଜନୈତିକ ସ୍ତରରେ ବୃଦ୍ଧି ପାଇଁ ଉଦ୍ୟମ ଜାରି କରିଛି । ଏନେଇ ତାଲିବାନର ଜଣେ କମାଣ୍ଡର ତଥା ନେତା ହକ୍କାନି ପୂର୍ବତନ ରାଷ୍ଟ୍ରପତି ହମିଦ କରଜାଇ ଏବଂ ଦେଶର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅବଦୁଲ୍ଲା ଅବଦୁଲ୍ଲାଙ୍କୁ ଭେଟିଛନ୍ତି ବୋଲି ସୂଚନା ମିଳିଛି । ଅପରିପକ୍ଷେ ନିଜର କୃରତା ଦେଖାଇ ସମଗ୍ର ଦେଶକୁ ନିୟନ୍ତ୍ରଣ କରିଦେଇଥିଲେ ମଧ୍ୟ ତାଲିବାନ ଭଲ ଭାବରେ ଜାଣିଛି ଯେ କେବଳ କୃରତାକୁ ଦେଖାଇ ସମଗ୍ର ଦେଶକୁ ଶାସନ କରି ହେବ ନାହିଁ । ତେଣୁ ସେ ରାଜନୀତିରେ ପ୍ରବେଶ କରି ବିଭିନ୍ନ ଧାର୍ମିକ ସ୍ଥାନ ଏବଂ ଲୋକମାନଙ୍କର ସାହଯ୍ୟକୁ ଲୋଡିବାକୁ ଚାହୁଁଛି । ଖାସ କରି ନିଜର କୃରତାକୁ ଲୁଚାଇ ନିଜର ଛବିକୁ ସୁଧାରିବା ପାଇଁ ଚାହୁଁଛି ।

ଏହି କଥା ତାଲିବାନ ଭଲଭାବରେ ଜାଣିଛି ଯେ ରାଜନୀତିରେ ପ୍ରବେଶ ବିନା ଏହା ସମ୍ଭବ ନୁହେଁ । ତେଣୁ ସରକାର କିପରି ଗଠନ କରାଯିବ, କେମିତି ସବୁ କିଛିର ସଠିକ ବ୍ୟବସ୍ଥା କରାଯିବ ସେ ନେଇ ତାଲିବାନ ନେତା ହକ୍କାନୀ ପୂର୍ବତନ ରାଷ୍ଟ୍ରପତି କାରଜାଇଙ୍କ ସହ କଥାବାର୍ତ୍ତା କରିଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ବୈଠକର ଫୋଟ ଖୁବ ଭାଇରାଲ ହେବାରେ ଲାଗିଛି । କାରଜାଇଙ୍କ ସରକାର ସମୟରେ ମୁଖ୍ୟ ଶାନ୍ତିଦୂତ ଭାବେ କାର‌୍ୟ୍ୟ କରୁଥିବା ଡକ୍ଟର ଅବଦୁଲ୍ଲା ଅବଦୁଲ୍ଲା ମଧ୍ୟ ଏହି ବୈଠକରେ ଦେଇଥିଲେ । ଅନ୍ୟପଟେ ତାଲିବାନର ବରିଷ୍ଠ ନେତା ମଲ୍ଲିକା ଅବଦୁଲ୍ଲା ଘାନି ବାରାଦର ମଧ୍ୟ କତାରର ରାଜଧାନୀ ଦୋହା ଠାରୁ କାବୁଲରେ ପହଞ୍ଚିଛନ୍ତି।

ତାଲିବାନ ଯୁଦ୍ଧବିମାନ ତରଫରୁ ତାଙ୍କୁ ବହୁତ ସ୍ୱାଗତ କରାଯାଇଛି। ତାଲିବାନ ନେତାମାନେ ଆସନ୍ତା କିଛି ଦିନ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ସରକାର ଘୋଷଣା କରିପାରିବେ ସୂଚନା ମିଳିଛି । ଏହାପୂର୍ବରୁ ତାଲିବାନ ମହିଳାଙ୍କ ପ୍ରତି ଥିବା ଆଭିମୁଖ୍ୟକୁ ନରମ କରିବାକୁ ମଧ୍ୟ ଚେଷ୍ଟା କରିଛି । ତାଲିବାନ ସୂଚାଇ ଦେଇଛି ଯେ ମହିଳାମାନେ ସମ୍ପୂର୍ଣ୍ଣ ଶରୀର ଆବୃତ ବୁର୍ଖା ପିନ୍ଧିବାକୁ ବାଧ୍ୟ ହେବେ ନାହିଁ। ସେମାନଙ୍କୁ କେବଳ ହିଜାବ ପିନ୍ଧିବାକୁ ପଡିବ । ତାଲିବାନର ବରିଷ୍ଠ ନେତାମାନେ ସୂଚାଇ ଦେଇଛନ୍ତି ଯେ ଝିଅମାନଙ୍କର ଶିକ୍ଷା କିମ୍ବା ନିଯୁକ୍ତିରେ କୌଣସି ପ୍ରତିବନ୍ଧକ ରହିବା ଉଚିତ ନୁହେଁ ।

Related Posts