ଉଚ୍ଛେଦ କାମକୁ ବିରୋଧ କରି ଜେସିବି ଆଗରେ ବସି ପଡ଼ିଲେ ସୁର ରାଉତରାୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉଚ୍ଛେଦ କାମକୁ ବିରୋଧ କରି ଜେସିବି ଆଗରେ ବସି ପଡ଼ିଲେ ସୁର ରାଉତରାୟ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱର, ଡୁମଡୁମା ରଘୁନାଥ ନଗର ଅଂଚଳରେ । ଏଠାରେ ଦୋକାନ, ବଜାର, ମନ୍ଦିର, ଗୋଶାଳା ଭାଙ୍ଗିବାକୁ ପହଁଚିଥିଲେ ବିଡିଏ କର୍ମଚାରୀ । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇଁ ଉଚ୍ଛେଦ କାମ ରୋକିବାକୁ ପହଁଚିଯାଇଥିଲେ ଜଟଣୀ ବିଧାୟକ ସୁର ରାଉତରାୟ ।

ଉଚ୍ଛେଦ କାମକୁ ବିରୋଧ କରି ଜେସିବି ଆଗରେ ବସିପଡିଥିଲେ ସୁର ରାଉତରାୟ । କିଛି ଘଂଟା ଧରି ଜେସିବି ଆଗରେ ବସି ବିରୋଧ ପ୍ରଦର୍ଶନ କରିଥିଲେ । ସୁର ରାଉତରାୟଙ୍କ ସହ ସ୍ଥାନୀୟ ଲୋକେ ମଧ୍ୟ ଏହି ଉଚ୍ଛେଦ କାମକୁ ବିରୋଧ କରିଛନ୍ତି । ଏହି ସମୟରେ ସୁର ରାଉତରାୟ କହିଛନ୍ତି ମନ୍ଦିର କିମ୍ବା ଗୋଶାଳାକୁ ହାତ ଲଗାଇଲେ ପରିସ୍ଥିତି ଭୟଙ୍କର ହେବ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts