ରାଜ୍ୟସଭାରୁ ଇସ୍ତଫା ଦେଇ ବିଜେପିରେ ମିଶିଲେ ସୁଜିତ୍ କୁମାର

ଭୁବନେଶ୍ୱର,୬/୯(ସତ୍ୟପାଠ ବ୍ୟୁରୋ):  ବିଜେପିରେ ମିଶିଲେ ସୁଜିତ୍ କୁମାର । ଆଜି ସେ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ । ରାଜ୍ୟସଭାରୁ ଇସ୍ତଫା ଦେବାର ଏକ ଘଣ୍ଟା ଭିତରେ ବିଜେପି ଯୋଗ ଦେଇଛନ୍ତି । ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିରେ ବିଦ୍ଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ସୁଜିତ୍ କୁମାର ।

କିଛି ସମୟ ପୂର୍ବରୁ ସେ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିଲେ । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ପାଖକୁ ଯାଇ ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଏହାପରେ ବିଜେଡି ମଧ୍ୟ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି । ଦଳରୁ ସୁଜିତ୍ କୁମାରଙ୍କୁ ବହିସ୍କାର କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ପତ୍ରରେ ଉଳ୍ଲେଖ କରାଯାଇଛି ।

ଗତ କିଛି ଦିନ ତଳେ ବିଜେଡିକୁ ଚକମା ଦେଇ ରାଜ୍ୟସଭା ପଦ ସହ ବିଜେଡି ଛାଡ଼ିଥିଲେ ମମତା ମହନ୍ତ । ପରେ ସେ ବିଜେପିରେ ସାମିଲ୍ ହୋଇଥିଲେ । ଏବଂ ପୁଣି ଥରେ ବିଜେପି ପକ୍ଷରୁ ରାଜ୍ୟସଭା ଯାଇଛନ୍ତି । ତେଣୁ ପୁଣି ଏବେ ସୁଜିତ୍ କୁମାରଙ୍କ ଇସ୍ତଫା ପରେ ବିଜେଡି ଚିନ୍ତାରେ ପଡ଼ିଯାଇଥିବା କୁହାଯାଉଛି । ତେବେ ଅନ୍ୟପଟେ ରାଜ୍ୟସଭାରେ ବିଜେପିର ଶକ୍ତି ବଢିଚାଲିଛି । ଯାହା ବିରୋଧୀଙ୍କୁ ଚିନ୍ତାରେ ପକାଇଛି ।

Related Posts