ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ); ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭା ଉପନିର୍ବାଚନରେ ନିର୍ବାଚିତ ହେଲେ ସୁଜିତ୍ କୁମାର। ସୁଜିତ କୁମାର ଏକମାତ୍ର ପ୍ରାର୍ଥୀ ଭାବେ ବିଜେପିରୁ ନାମାଙ୍କନ ଦାଖଲ କରିଥିଲେ।
ତେବେ ଗତ ସେପ୍ଟେମ୍ବର ମାସରେ ସୁଜିତ କୁମାର ରାଜ୍ୟସଭାରୁ ଇସ୍ତଫା ଦେବା ପରେ ଏହି ଆସନଟି ଖାଲି ପଡ଼ିଥିଲା। ସେ ରାଜ୍ୟସଭା ପଦ ସହିତ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଥିଲେ। ପରେ ବିଜେପିରେ ମିଶିଥିଲେ।
ସେପଟେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ପରେ ସୁଜିତ୍ ସଂସଦରେ କଳାହାଣ୍ଡି ତଥା ଓଡ଼ିଶା ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜେଡିରୁ ନେତା ମୁହଁ ଫେରାଇବା ଆରମ୍ଭ କଲେଣି। କଳାହାଣ୍ଡିର ୮୦% ପଞ୍ଚାୟତ ପ୍ରତିନିଧି ବିଜେପିରେ ମିଶି ସାରିଲେଣି। ଆଗାମୀ ଦିନରେ ଅନେକ ନେତା ବିଜେପିରେ ମିଶିବେ।
ସୂଚନାଯୋଗ୍ୟ, ଓଡ଼ିଶା ସମେତ ୪ ରାଜ୍ୟରେ ଖାଲି ପଡ଼ିଥିବା ୬ଟି ଆସନରେ ଉପନିର୍ବାଚନ କରିବା ପାଇଁ ଏବେ ଚାଲିଛି ପ୍ରକ୍ରିୟା।