ବ୍ରହ୍ମପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା: ଏକ କୁଇଣ୍ଟାଲ୍‌ରୁ ଅଧିକ ଗଞ୍ଜେଇ ସହ କାର୍ ଜବତ

ବ୍ରହ୍ମପୁର : ବ୍ରହ୍ମପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା ମିଳିଛି । ପାର୍ବଣରେ ଅପରାଧ ରୋକିବାକୁ ଜୋରଦାର ଧରପଗଡ ଚାଲିଥିବା ବେଳେ, ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଉଛି ।

ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା ମିଳିଛି । ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କ ଗିରଫ କରାଯାଇଛି । ଟିମ୍ ସୂଚନା ପାଇ ଗୋପାଳପୁର ଛକରେ ଚଢାଉ କରିଥିଲା । କନ୍ଧମାଳରୁ ଦିଲ୍ଲୀ କୁ କାର୍ ଯୋଗେ ବେଆଇନ୍ ଗଞ୍ଜେଇ ଚାଲାଣ ବେଳେ ଗୋପାଳପୁର ଛକରେ ଧରିଥିଲା ଅବକାରୀ ଗୁଇନ୍ଦା ବିଭାଗ ।

ଫଳରେ ଏକ କୁଇଣ୍ଟାଲ୍‌ରୁ ଅଧିକ ଗଞ୍ଜେଇ ସହ କାର୍ ଜବତ । ଆହୁରି ମଧ୍ୟ ୪ ମାଫିଆ ଧରାପଡିଛନ୍ତି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି କମିଶନର ଅଶୋକ ଶତପଥୀ ।

Related Posts