ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ବେଙ୍ଗାଲୁରୁ ପଞ୍ଚାୟତ ନିର୍ବାଚନ ଦାୟିତ୍ୱ ଦେବାନେଇ ବିଜେପିକୁ ଟାର୍ଗେଟ କଲେ ସୁବ୍ରମଣ୍ୟମ ସ୍ୱାମୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନିଜ ଦଳ ବିଜେପିକୁ ବାରମ୍ବାର ଟାର୍ଗେଟ କରି ଆସୁଥିବା ବିଜେପିର ପୂର୍ବତନ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ନିଜର ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ପୁଣିଥରେ ସେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି। ତେବେ ବିଜେପି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରକୁ ବେଙ୍ଗାଲୁରୁ ପଞ୍ଚାୟତ ନିର୍ବାଚନ ଦାୟିତ୍ୱ ଦେଇଛି। ଏହାକୁ ନେଇ ସୁବ୍ରହ୍ମଣ୍ୟମ ସ୍ୱାମୀ ଟ୍ୱିଟ କରି ନିଜ ଅସନ୍ତୋଷ ବଖାଣିଛନ୍ତି । ସେ କହିଛନ୍ତି, ବିଜେପି ବେଙ୍ଗାଲୁରୁ ପଞ୍ଚାୟତ ନିର୍ବାଚନ ଦାୟିତ୍ୱ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ କାହିଁକି ଦେଇଛି ? ସେ କଟାକ୍ଷ କରି କହିଛନ୍ତି, ଏହା କଣ ସାଇବେରିଆ ପଠାଯିବା ପାଇଁ ସୋଭିଏତ ସଂଘ ଶୌଳୀ କି?

ସମାନ ଭାବରେ ଅଗଷ୍ଟ ୧୪ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଥିଲେ। ସେ ପ୍ରଶ୍ନ କରିଥିଲେ ଯେ ଏଥର ଅଗଷ୍ଟ ୧୫ ରେ କାହିଁକି ଦେଶ କଥା ମନେ ପଡ଼ିଥିଲା। ସ୍ୱାମୀ ଟ୍ୱିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଥିଲେ ଯେ ଦୁଇ କୋଟି ରୋଜଗାର ଓ ସମସ୍ତଙ୍କୁ ପକ୍କା ଘର କେବେ ଦେବେ ? ତେବେ ସବୁବେଳେ ନିଜ ଦଳର ସରକାରକୁ ସମାଲୋଚନା କରି ଆସୁଥିବା ସ୍ବାମୀ ପୁଣି ଥରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ଟାର୍ଗେଟ କରି ଚର୍ଚ୍ଚାକୁ ଆସିଛନ୍ତି।

Related Posts