ରମାଦେବୀ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ, ପ୍ରତିବାଦରେ ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜଧାନୀ ଭୁବନେଶ୍ବରରେ ଥିବା ରାଜ୍ୟର ଏକମାତ୍ର ମହିଳା ବିଶ୍ଵବିଦ୍ୟାଳୟ ଏବେ ଚର୍ଚ୍ଚାରେ । ଆଜି ରମାଦେବୀ ବିଶ୍ୱବିଦ୍ୟାଳୟରେ ଦେଖିବାକୁ ମିଳିଛି ଛାତ୍ରୀ ଅଶାନ୍ତି । ପରିସ୍ଥିତି ଏମିତି ହୋଇଛି ଯେ ବିଶ୍ୱ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି ଛାତ୍ରୀ । କେବଳ ତାଲା ପକାଇ ନାହାଁନ୍ତି ପୋଷ୍ଟର ମାରି କରିଛନ୍ତି ତୀବ୍ର ପ୍ରତିବାଦ ।ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ବିକ୍ଷୋଭ କରିଛନ୍ତି ଛାତ୍ରୀ ।

ସୂଚନା ଥାଉକି, ଗତ କିଛିଦିନ ହେବ ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ ବାରମ୍ବାର ଅଭିଯୋଗ ଆସୁଥିଲା। ପିଲାମାନେ ଏନେଇ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ବି କୌଣସି ପଦକ୍ଷେପ ନିଆଯାଇନଥିଲା । ଶେଷରେ ବାଧ୍ୟହୋଇ ଆଜି ବିଶ୍ୱବିଦ୍ୟାଳୟରେ ଛାତ୍ରୀମାନେ ଏମିତି ପ୍ରତିବାଦ କରିଛନ୍ତି । କହିଛନ୍ତି ଦାବି ପୂରଣ ନହେବା ଯାଏ ଆମେ କୌଣସି କଥା ଶୁଣିବେନି । ସେପଟେ ଏନଏସଏସ ର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରମାଦେବୀ କ୍ୟାମ୍ପସରେ ଉପସ୍ଥିତ ଅଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

Related Posts