ପ୍ରଦେଶ ଛାତ୍ର କଂଗ୍ରେସ ସଭାପତିଙ୍କୁ ହତ୍ୟା ଧମକ : ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ଛାତ୍ର କଂଗ୍ରେସ ପକ୍ଷରୁ ମାମଲା ଦାଏର

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ଓଡିଶା ଛାତ୍ର କଂଗ୍ରସ ସଭାପତି ୟାସିର ନଓ୍ବାଜଙ୍କୁ ଅଜଣା ଚିଠି ଜରିଆରେ ହତ୍ୟା ଧମକ । ଏ ନେଇ କ୍ୟାପିଟାଲ ଥାନାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଓ ଚିଠି ପଠାଇଥିବା ଅଜଣା ଯୁବକଙ୍କ ନାଁ ରେ ମାମଲା ଦାଏର କରିଛି ଛାତ୍ର କଂଗ୍ରେସ। ତେବେ ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ବାଜ ଅଭିଯୋଗ କରିଛନ୍ତି ଯେ , ଏହି ଅଜଣା ଚିଠିରେ ତାଙ୍କୁ ଧମକ ଦିଆଯାଇଛି ଯେ, ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ଆନ୍ଦୋଳନ କଲେ ହତ୍ୟା କରାଯିବା । ତେଣୁ କ୍ୟାପିଟାଲ ଥାନାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଓ ଚିଠି ପଠାଇଥିବା ଅଜଣା ଯୁବକଙ୍କ ନାମରେ ଛାତ୍ର କଂଗ୍ରେସ ପକ୍ଷରୁ ଏତଲା ଦିଆଯାଇଛି। 

ଏ ସମ୍ପର୍କରେ ନଓ୍ବାଜ କହିଛନ୍ତି ଯେ,  “ମୁଁ ଜାଣେ ନାହିଁ କିଏ ମୋତେ ଧମକ ଦେଇଛି। ମୁଁ କ୍ୟାପିଟାଲ ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ କରିଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ନ୍ୟାୟ ନ ମିଳିବା ଯାଏଁ ସେ ଲଢେଇ ଜାରି ରଖିବେ। ମାହାଙ୍ଗା ଡବଲ ମର୍ଡର ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ମାମଲାରେ ସେ ଆଗକୁ ମଧ୍ୟ ବିରୋଧ ଜାରି ରଖିବେ ବୋଲି କହିଛନ୍ତି। ” ସେ ଆହୁରି ମଧ୍ୟ କହିଛନ୍ତି ଯେ, “ମୁଁ ଜାଣେ ମୋ ଜୀବନ ପ୍ରତି ବର୍ତ୍ତମାନ ବିପଦ ରହିଛି। ଏହା ସତ୍ତ୍ୱେ ମୁଁ ଶୋକସନ୍ତପ୍ତ ପରିବାରକୁ ନ୍ୟାୟ ଦେବା ପାଇଁ ସଂଗ୍ରାମ କରିବି ବୋଲି ନୱାଜ କହିଛନ୍ତି।

 ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମାହାଙ୍ଗା ଡବଲ ମର୍ଡର ମାମଲାରେ ନିରପେକ୍ଷ ଯାଞ୍ଚ୍ ପାଇଁ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବହିଷ୍କାର କରିବା ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ ଏକ ବିରାଟ ବଡ ବିରୋଧ ପ୍ରଦର୍ଶନ ହୋଇଥିଲା । 

Related Posts