ଦୁର୍ଗା ପୂଜା ପଣ୍ଡାଲରେ ଶୋଭା ପାଇବ ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତିମା, ବିଜେପି କହିଲା – ” ହିନ୍ଦୁଙ୍କ ଭାବନା ପ୍ରତି ଅପମାନ”

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଉ କିଛି ଦିନ ପରେ ପଶ୍ଚିମବଙ୍ଗ ସମେତ ପୂରା ଦେଶରେ ଦୁର୍ଗା ପୂଜା ପାଳନ ହେବ। ଆଉ ଏଥିପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। କୋଲକାତାର ଦୁର୍ଗା ପୂଜା ପଣ୍ଡାଲରେ ବେଙ୍ଗଲ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ପ୍ରତିମା ମଧ୍ୟ ସ୍ଥାପନ କରାଯିବାର ଯୋଜନା ଚାଲିଛି। ଏଥିପାଇଁ ମମତା ବାନାର୍ଜୀଙ୍କ ଏକ ମୂର୍ତ୍ତି ନିର୍ମାଣ ହେଉଛି। ଏହାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଯାଇଛି। 

ବିଜେପି ଏହାକୁ ନେଇ ଟିଏମସିକୁ ଟାର୍ଗେଟ କରିଛି। ବିଜେପି ଆଇଟି ସେଲ୍ ମୁଖିଆ ଅମିତ୍ ମାଲଭିୟ ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଟିଏମସିକୁ ଟାର୍ଗେଟ କରିଛନ୍ତି। ସେ ଟ୍ଵିଟ୍ କରି କହିଛନ୍ତି ଯେ, ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ପରେ ମମତା ବାନାର୍ଜୀଙ୍କ ହାତରେ ନିର୍ଦ୍ଦୋଷ ବଙ୍ଗାଳୀଙ୍କ ରକ୍ତର ଛିଟା ଲାଗିଛି। ଏହା ଦେବୀ ଦୁର୍ଗାଙ୍କ ପ୍ରତି ଅପମାନ। ମମତା ବାନାର୍ଜୀଙ୍କୁ ଏହା ରୋକିବା ଉଚିତ୍। ଏହା ହିନ୍ଦୁଙ୍କ ଭାବନା ପ୍ରତି ଅପମାନ ବୋଲି ସେ କହିଛନ୍ତି।

ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ତଥା ନନ୍ଦିଗ୍ରାମରୁ ବିଧାୟକ ସୁଭେନ୍ଦୁ ଅଧିକାରୀ ମଧ୍ୟ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଛନ୍ତି।  ଶୁଭେନ୍ଦୁ ଅଧିକାରୀ କହିଛନ୍ତି , “ଯେତେବେଳେ କେହି ଆପଣଙ୍କୁ ଖୁସି କରିବା ପାଇଁ ତୁମକୁ ଇଶ୍ବରଙ୍କ ସହ ତୁଳନା କରିବାକୁ ଚେଷ୍ଟା କରେ ଏବଂ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଚୁପ୍ ରୁହନ୍ତି ତେବେ ଏହି ନୀରବତା ତାଙ୍କ ସମ୍ମତିକୁ ସୂଚାଇ ଥାଏ , ଏହାର ଅର୍ଥ ହେଉଛି ତୁମର ଗର୍ବ ଏତେ ବଢି ଯାଇଛି ଯେ ବିବେକ ଏହାକୁ ଉତ୍ତରଦାୟୀ କରିପାରିବ ନାହିଁ ।

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗର ତିନୋଟି ଦୁର୍ଗା ପୂଜା ସମିତି ଦେବୀ ଦୁର୍ଗାଙ୍କ ସଦୃଶ ସିଏମ ମମତା ବାନାର୍ଜୀଙ୍କ ପ୍ରତିମୂର୍ତ୍ତି କରୁଛନ୍ତି। ନାଜରୁଲ ପାର୍କ ଉନ୍ନୟନ ସମିତି ଉପାଧ୍ୟକ୍ଷ ପାର୍ଥା ସାର୍କ କହିଛନ୍ତି ଯେ , “ବଙ୍ଗଳାର ପ୍ରତ୍ୟେକ ବ୍ୟକ୍ତି ତାଙ୍କୁ,(ମମତା ବାନାର୍ଜୀ) ଦେବୀ ଦୁର୍ଗା ବୋଲି ଭାବନ୍ତି।  

ଏହି ପ୍ରତିମୂର୍ତ୍ତି ତିଆରି କରୁଥିବା Crowdnxt Mediia Art ନିର୍ଦ୍ଦେଶକ ଦୀପାନୱିତା ବାଗଚି କହିଛନ୍ତି ଯେ ଏହାର ମୂଲ୍ୟ 2.10 ଲକ୍ଷ ଟଙ୍କା ହେବ।  ବାଗଚି କହିଛନ୍ତି ଯେ, ତାଙ୍କର 10 ଟି ହାତ ତାଙ୍କ ସରକାରଙ୍କ ଚେମକୁ ପ୍ରତିନିଧିତ୍ୱ କରିବ।

Related Posts