ମହାକୁମ୍ଭରେ ଦଳାଚକଟା, ୧୪ ମୃତ!

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା । ଅଧିକ ଭିଡ କାରଣରୁ ଦଳାଚକଟା । ଦଳାଚକଟାରେ ୧୪ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ପ୍ରୟାଗରାଜ ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ଆଜି ତ୍ରିବେଣୀ ସଂଗମରେ ବୁଡ ପକାଇବା ବେଳେ ଏହି ଦଳାଚକଟା ହୋଇଛି । ମୌନୀ ଅମାବାସ୍ୟା ପାଇଁ ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା ଏବଂ ଏହି ଭିଡ ପାଇଁ ହିଁ ଏପରି ଅଘଟଣ ଘଟିଛି ।

ସେପଟେ ଅଘଟଣ ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସ୍ଥିତି ସମ୍ପର୍କରେ ପଚାରି ବୁଝି ସବୁ ସହାୟତା ଦେବାକୁ କହିଛନ୍ତି । ଏଥିସହ ଯୋଗୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଜେ.ପି ନଡ୍ଡା ମଧ୍ୟ କଥା ହୋଇଛନ୍ତି ।

Related Posts